25.1 C
Bhubaneswar
Thursday, February 5, 2026
Homeଓଡିଶାମାଲକାନଗିରି ସୀମାରେ ପୁଣି ଏନକାଉଣ୍ଟର: ଜଣେ ମାଓବାଦୀ ମୃତ

ମାଲକାନଗିରି ସୀମାରେ ପୁଣି ଏନକାଉଣ୍ଟର: ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ମଙ୍ଗଳବାର ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହ ଏନକାଉଣ୍ଟର ହୋଇଥିଲା । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଆଜି ସକାଳେ ଏରାବୋର ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଉକ୍ତ ଅଞ୍ଚଳରେ ମାଓବାଦୀ କ୍ୟାଡରଙ୍କ ଉପସ୍ଥିତିର ସୂଚନା ପାଇ ସୁରକ୍ଷାକର୍ମୀମାନେ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିଲେ । ଏଯାଏଁ ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଉଛି ।

ସୂଚନାଥାଉକି, ରବିବାର ଦିନ, ସୁକମାର ଭେଜ୍ଜି ଏବଂ ଚିନ୍ତାଗୁଫା ଥାନା ଅଞ୍ଚଳର ଜଙ୍ଗଲ ପାହାଡ଼ରେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଥିଲେ । ଚଳିତ ବର୍ଷ ଏପର୍ଯ୍ୟନ୍ତ ଛତିଶଗଡ଼ରେ ଏନକାଉଣ୍ଟରରେ ୨୬୩ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁକମା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୩୪ ଜଣଙ୍କୁ ନିପାତ କରାଯାଇଥିଲା, ରାୟପୁର ଡିଭିଜନରେ ପଡ଼ିଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଦୁର୍ଗ ଡିଭିଜନର ମୋହଲା-ମାନପୁର-ଆମ୍ବାଗଡ଼ ଚୌକି ଜିଲ୍ଲାରେ ଦୁଇ ଜଣ ନକ୍ସଲବାଦୀଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking