15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଛତିଶଗଡରେ ପୁଣି ଏନକାଉଣ୍ଟର: ଜଣେ ମାଓବାଦୀ ମୃତ

ଛତିଶଗଡରେ ପୁଣି ଏନକାଉଣ୍ଟର: ଜଣେ ମାଓବାଦୀ ମୃତ

ଛତିଶଗଡ: ଛତିଶଗଡ ସୁକମା ଜିଲ୍ଲା ଟୁମରେଲ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଜଣେ ମାଓବାଦୀ ନିହତ ହୋଇଛନ୍ତି ।  ଗୁଳି ବିନିମୟ ବେଳେ ଜଣେ ସିଆର ପିଏଫ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ହେଉଛନ୍ତି  ଖୋଟୁଲୁରାମ କୋରାମ । ଏବେ ବି ଗୁଳିବିନିମୟ ଜାରି ରହିଛି । ଜମ୍ମୁକାଶ୍ମୀର କିସ୍ତୱାରରେ ବଡ ଧରଣର ଏନକାଉଣ୍ଟର  ହୋଇଛି । ୩ରୁ ୪ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏନକାଉଣ୍ଟର ଚାଲିଥିଲା । ୨ ଆତଙ୍କୀ ନିହତ ହୋଇଥିଲେ। ଅନ୍ୟପଟେ ଆଜି ଏନକାଉଣ୍ଟର ବେଳେ ଗୁରୁତର ଥିବା  ଯବାନ ସହିଦ ହୋଇଛନ୍ତି । ନାରାୟଣପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି । ଛତିଶଗଡ ଅବୁଝମାଡ ଜଙ୍ଗଲରେ  ଏନକାଉଣ୍ଟର ହୋଇଥିଲା । ଘଟଣାସ୍ଥଳରେ ଜଣେ ସହିଦ ହୋଇଥିଲେ ଆଉ ଜଣେ ଗୁରୁତର ଥିଲେ । ଗତକାଲି ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦ ମାଓବାଦୀ ନିହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking