22.1 C
Bhubaneswar
Friday, February 13, 2026
Homeଓଡିଶାଅସୁରକ୍ଷିତ ଗଜରାଜ: ପୁଣି ଏକ ହାତୀ ମୃତ

ଅସୁରକ୍ଷିତ ଗଜରାଜ: ପୁଣି ଏକ ହାତୀ ମୃତ

ବଲାଙ୍ଗୀର : ବଲାଙ୍ଗୀର ବନଖଣ୍ଡ ଅନ୍ତର୍ଗତ ବଲାଙ୍ଗୀର ବନାଞ୍ଚଳର ଆଠଗାଁ ଫରେଷ୍ଟ ସେକ୍ସନର ଭୀମପାହାଡ଼ ଓ ଶୁଲିଆ ସଂରକ୍ଷିତ ଜଙ୍ଗଲର ପୁରାଣପାଣି ନିକଟ ଶୁଲିଆଘାଟିରେ ଏକ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ହାତୀଟି ଦୁଇ ଦିନ ତଳେ ସୁସ୍ଥ ଥିବା ବେଳେ ଆଜି ମୃତ୍ୟୁ ହୋଇଛି। ହାତୀ ମୃତ୍ୟୁ ଖବର ଆସିବା ପରେ ବନ ବିଭାଗ ଲୁଚାଇବାକୁ ଚେଷ୍ଟା କରୁଥିବା ବେଳେ ଏହି ଖବର ପାଇ ଘଟଣାସ୍ଥଳକୁ ଭବାନୀପାଟଣା ଠାରୁ ଆର ସିସିଏଫ ଆସୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ବଲାଙ୍ଗୀର ରେଞ୍ଜର ବଲାଙ୍ଗୀର ଫରେଷ୍ଟ ସେକ୍ସନର ମଠଖାଇ ସଂରକ୍ଷିତ ଜଙ୍ଗଲର ଅସୁରଡୁଙ୍ଗୁରୀ ଠାରେ ଏକ ହାତୀର ମୃତ୍ୟୁ ହୋଇଥିଲା ଏହି ହାତୀର ମୃତ୍ୟୁକୁ ୫ ଦିନ ହୋଇଛି। ତେବେ ହାତୀର କେଉଁ କାରଣରୁ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ତେବେ ଗୋଟିଏ ରେଞ୍ଜର ଦୁଇଟି ଫରେଷ୍ଟ ସେକ୍ସନର ଦୁଇଟି ସ୍ଥାନରେ ୫ଦିନ ଭିତରେ ଦୁଇଟି ହାତୀ ମୃତ୍ୟୁ ହୋଇଥିବାରୁ ହାତୀ ସ୍କ୍ବାର୍ଡ ଓ ଫରେଷ୍ଟର କେମିତି ଭାବରେ କାର୍ଯ୍ୟ କରୁଛନ୍ତି ତାହା ବାରି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking