ଭୁବନେଶ୍ବର: ଭୁବନେଶ୍ବର ପଳାଶୁଣିରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା । କାର ଉପରେ ଚଢ଼ିଗଲା ଆଉ ଏକ କାର । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ବ୍ରେକ ଫେଲ ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ୨ଟି କାରକୁ ଜବତ କରି ଛାନବିନ ଚଳାଇଛି ।










