16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶମଧ୍ୟପ୍ରଦେଶରେ ଆଉ ଏକ ବଡ଼ ଜାଲିଆତି; ନକଲି ସ୍କୁଲ, ଭୂତ ଛାତ୍ରଛାତ୍ରୀଙ୍କ ନାରେ ୫୭ ଲକ୍ଷ...

ମଧ୍ୟପ୍ରଦେଶରେ ଆଉ ଏକ ବଡ଼ ଜାଲିଆତି; ନକଲି ସ୍କୁଲ, ଭୂତ ଛାତ୍ରଛାତ୍ରୀଙ୍କ ନାରେ ୫୭ ଲକ୍ଷ ଟଙ୍କା ଚଳୁ

ଭୋପାଳ: ମଧ୍ୟପ୍ରଦେଶରୁ ଏକ ବଡ଼ ଧରଣର ଘୋଟାଲା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ ‘ଭୂତ ବିଦ୍ୟାଳୟ ନକଲି ଛାତ୍ରଛାତ୍ରୀଙ୍କ ଉପସ୍ଥାନ’ ଦେଖାଇ ପ୍ରାୟ ୫୭ ଲକ୍ଷ ଟଙ୍କାର ସଂଖ୍ୟାଲଘୁ ଛାତ୍ରବୃତ୍ତି ଘୋଟାଲା କରାଯାଇଛି । ଭୋପାଳର ୪୦ରୁ ଅଧିକ ନକଲି ମଦ୍ରାସା ଏବଂ ସଂଖ୍ୟାଲଘୁ ବିଦ୍ୟାଳୟ ତଥା ମିଛ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରସ୍ତୁତ କରାଯାଇ ସରକାରୀ ପାଣ୍ଠିକୁ ହଡ଼ପ କରାଯାଇଛି । ଜାତୀୟ ଗଣମାଧ୍ୟମ ଏନ୍‌ଡିଟିଭି ପକ୍ଷରୁ କରାଯାଇଥିବା ଏକ ଗ୍ରାଉଣ୍ଡଲେବଲ୍ ତଦନ୍ତରୁ ଏହି ଘଟଣା ସାମ୍ନାକୁ ଆସିଛି ।

ତଦନ୍ତ ସମୟରେ ଜଣାପଡିଥିଲା ଯେ, ଏସବୁ ମଦ୍ରାସା କେବଳ ନାମକୁ ମାତ୍ର ଖୋଲାଯାଇଥିଲା, ଏଠାରେ କେବେ କୌଣସି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇନାହିଁ କିମ୍ବା କୌଣସି ଛାତ୍ରଛାତ୍ରୀ ଅଧ୍ୟୟନ କରୁନାହାନ୍ତି । ଆଉ କେତେକ ସଂସ୍ଥା ଅନୁଷ୍ଠାନ ନାମରେ ଏକ ଭଡା ଘର ନେଇ କେବଳ ସ୍କୁଲର ବୋର୍ଡ ଲଗାଇଥିଲେ, ସ୍କୁଲ କେବେ ବି ଖୋଲାଯାଇନଥିଲା । ତଥାପି ଏସବୁ ଅନୁଷ୍ଠାନ ତଥା ବୋର୍ଡ ନିଜ ରେକର୍ଡରେ ମିଛ ସ୍କୁଲ ପିଲାମାନଙ୍କ ଏକ ଉପସ୍ଥାନ ପ୍ରସ୍ତୁତ କରିବା ପୂର୍ବକ ଛାତ୍ରବୃତ୍ତି ପ୍ରଦାନ ପାଇଁ ଆବେଦନ ବା ଦାବି କରିଥିଲେ । କେବଳ ସେତିକି ନୁହେଁ, ଏହି ଘଟଣାର ତଦନ୍ତକାରୀ ଏଜେନ୍ସି କ୍ରାଇମବ୍ରାଞ୍ଚ ଅନୁଯାୟୀ, ଉପଯୁକ୍ତ ସ୍ୱୀକୃତି ବିନା ଅନେକ ପ୍ରତିଷ୍ଠାନ – କିଛି କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅନୁମୋଦିତ କିନ୍ତୁ ସେମାନେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାମରେ ଛାତ୍ରବୃତ୍ତି ଦାବି କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହିପ୍ରକାରେ ମୋଟ୍ ୫୭.୭୮ ଲକ୍ଷ ଟଙ୍କା ହଡ଼ପ କରାଯାଇଛି । ଏଥିପାଇଁ ୯୭୨ ଛାତ୍ରଛାତ୍ରୀଙ୍କ ମିଛ ନାମ ଓ ଠିକଣା ବ୍ୟବହାର କରାଯାଇଛି ।

ଅତିରିକ୍ତ ପୁଲିସ୍ ଡେପୁଟି କମିଶନର ଶୈଳେନ୍ଦ୍ର ସିଂହ ଚୌହାନ କହିଛନ୍ତି, “ଆମେ ୪୦ ଟି ସ୍କୁଲ ଏବଂ ମାଦ୍ରାସାର ପରିଚାଳକଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଛୁ । ଯଦି ଛାତ୍ରମାନେ ନିଜେ ନକଲି ବୋଲି ପ୍ରମାଣିତ ହୁଅନ୍ତି, ତେବେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ ଅନ୍ୟପକ୍ଷେ ଏହି ଦୁର୍ନୀତି ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି । ବିରୋଧୀ ଦଳ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରି ଏହାକୁ ଶିକ୍ଷା ସମ୍ବନ୍ଧୀୟ ଦୁର୍ନୀତିର ବର୍ଦ୍ଧିତ ତାଲିକାରେ ଆଉ ଏକ ଦୁର୍ନୀତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking