28.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶପୁଣି ବଡ ଏନକାଉଣ୍ଟର: ୭ ମାଓବାଦୀ ନିହତ

ପୁଣି ବଡ ଏନକାଉଣ୍ଟର: ୭ ମାଓବାଦୀ ନିହତ

ଅମରାବତୀ:  ଆନ୍ଧ୍ରପ୍ରଦେଶରେ ପୁଣି ବଡ ଧରଣର ଏନକାଉଣ୍ଟର । ଆଲୁରି ସୀତାରାମରାଜୁ ଜିଲ୍ଲା ମାରେଡମଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର ଘଟିଛି । ବୁଧବାର ଦିନ ଆନ୍ଧ୍ରପ୍ରଦେଶର ମାରେଡମଲ୍ଲୀରେ ଗୁଳି ବିନିମୟରେ ସାତ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି । ସେ ଆହୁରି କହିଛନ୍ତି ଯେ ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ମାଓବାଦୀ ଅଛନ୍ତି। ଜଣେ ବ୍ୟକ୍ତିଙ୍କୁ ମେଟୁରି ଜୋଖା ରାଓ ଓରଫ ଶଙ୍କର ବୋଲି ଚିହ୍ନଟ କରାଯାଇଛି ବୋଲି ସେ କହିଛନ୍ତି।ପ୍ରାଥମିକ ସୂଚନା ଆଧାରରେ ଅଧିକାରୀ ଜଣକ କହିଛନ୍ତି ଯେ ଶ୍ରୀକାକୁଲମର ମୂଳ ବାସିନ୍ଦା ଶଙ୍କର ଆନ୍ଧ୍ର ଓଡ଼ିଶା ସୀମା ପାଇଁ ଇନଚାର୍ଜ ଥିଲେ ଏବଂ ବୈଷୟିକ ଜିନିଷ, ଅସ୍ତ୍ରଶସ୍ତ୍ର ନିର୍ମାଣ, ଯୋଗାଯୋଗରେ ବିଶେଷଜ୍ଞ ଥିଲେ। ଘଟଣା ସ୍ଥଳରେ ସରଚା ଅପରେସନ ଏବେ ବି ଜାରି ରହିଛିସୂଚନା ଥାଉ କି ଗତକାଲି ମଧ୍ୟ ଆନ୍ଧ୍ରପ୍ରଦେଶ ଓଡିଶା ସୀମାନ୍ତରେ ଏନକାଉଣ୍ଟର ହୋଇଥିଲା । ଏନକାଉଣ୍ଟରରେ ସାତ ମାଓବାଦୀ ନିପାତ ହୋଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking