ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ସହକାରୀ ଯନ୍ତ୍ରୀ । ଅଶୋକ କୁମାର ପଣ୍ଡା ଭୁବନେଶ୍ୱର ଆର ଏଣ୍ଡ ବି ଡିଭିଜନ – ୩ ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡା । କାଲି ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘର ରେଡ ହୋଇଥିଲା । ମିଳିତ ମାଲିକାନା ସାମ୍ନାକୁ ଆସିବାରୁ ଅଶୋକଙ୍କ ଘରେ ପହଞ୍ଚିଥିଲା ଭିଜିଲାନ୍ସ । ଭିଜିଲାନ୍ସକୁ ଦେଖି ଘରୁ ବାହାରୁ ତାଲା ମାରି ଭିତରେ ରହିଯାଇଥିଲେ । ମୋବାଇଲ ସୁଇଚ ଅଫ କରିଥିବାରୁ ଯୋଗାଯୋଗ ସମ୍ଭବ ହୋଇପାରୁନିଲା । ଆଉ ଯେତେବେଳେ ଭିଜିଲାନ୍ସ ସିଲ କରିବାକୁ ବାହାରିଲା ଅକଲ ଗୁଡୁମ ହୋଇଥିଲା । ଉପାୟ ନପାଇ ଭିଜିଲାନ୍ସ ପାଖରେ ହାଜର ହୋଇଥିଲେ ଯନ୍ତ୍ରୀ ଅଶୋକ ପଣ୍ଡା । ମାତ୍ର ଭିଜିଲାନ୍ସ ଡରରେ ଏକ ବ୍ୟାଗ ବାହାରକୁ ଫିଙ୍ଗିଦେଇଥିଲେ , ଝରକାରେ ବ୍ୟାଗ ଲାଗି ରହିବାରୁ ଭିଜିଲାନ୍ସର ଦୃଷ୍ଟିକୁ ଆସିଥିଲା । ବ୍ୟାଗରୁ ଏକ ଲକ୍ଷ ଟଙ୍କା , ସୁନା , ରୂପା , ଆଇଫୋନ ମିଳିଛି । ଆଜି ଭିଜିଲାନ୍ସ ଟିମ ପକ୍ଷରୁ ଯନ୍ତ୍ରୀ ଅଶୋକ ପଣ୍ଡାଙ୍କ ଏକାଧିକ ସ୍ଥାନରେ ରେଡ କରାଯାଉଛି ।










