25.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ

ରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରୁ ପୁଣି ୨୦୦୦ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ (କୋକେନ୍‌) ଜବତ ହୋଇଛି। ଦିଲ୍ଲୀର ରମେଶ ନଗର ଅଞ୍ଚଳକୁ ଏକ କାର ଯୋଗେ ବିପୁଳ ପରିମାଣର କୋକେନ୍ ଯାଉଥିବା ସମ୍ପର୍କରେ ଗୁପ୍ତ ସୂଚନା ମିଳିବା ପରେ ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ୍ ଅପରେସନ୍ ଆରମ୍ଭ କରିଥିଲା। ଦିଲ୍ଲୀ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଯେଉଁ କାରରେ ଏସବୁ କୋକେନକୁ ଚାଲାଣ କରାଯିବାର ଥିଲା, ସେଥିରେ ଜିପିଏସ୍ ଲାଗିଥିଲା। ସ୍ପେଶାଲ ସେଲ୍ ଉକ୍ତ ଜିପିଏସ୍‌କୁ ଟ୍ରାକ୍ କରି ଅପରେସନ ଆରମ୍ଭ କରିଥିଲା। କାର୍‌ଟି ଗୋଦାମ ନିକଟରୁ ମିଳିବା ପରେ ଗୋଦାମ ଉପରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଏଠାରୁ ପ୍ରାୟ ୨୦୦ କିଲୋଗ୍ରାମ ଓଜନର କୋକେନ୍ ଜବତ କରାଯାଇଥିଲା ଯାହାର ବଜାର ମୂଲ୍ୟ ୨୦୦୦ କୋଟି ହେବ ବୋଲି କୁହାଯାଉଛି।

ଅନ୍ୟପକ୍ଷେ ଏତେ ପରିମାଣର କୋକେନ୍‌କୁ ଏଠାକୁ କିଏ ଆଣିଲା, ଏସବୁ ପଛରେ କିଙ୍ଗପିନ୍ କିଏ ସେନେଇ ପୁଲିସ୍‌କୁ କୌଣସି ସୂଚନା ମିଳିପାରିନାହିଁ। ତେବେ ଯେଉଁ ବ୍ୟକ୍ତିକୁ ଏସବୁ ପାଇଁ ସନ୍ଦେହ କରାଯାଉଛି, ଦିଲ୍ଲୀ ପୁଲିସ ତା’ ପାଖରେ ପହଞ୍ଚିବା ପୂର୍ବରୁ ସେ ଲଣ୍ଡନ ଫେରାର ହୋଇଯାଇଥିବା ଜଣାପଡିଛି। ପ୍ରକାଶ, ପୂର୍ବରୁ ଅକ୍ଟୋବର ୨ରେ ଦକ୍ଷିଣ ଦିଲ୍ଲୀର ମହିପାଲପୁର ସ୍ଥିତ ଗୋଟିଏ ଗୋଦାମରୁ ୫,୬୨୦ କୋଟି ଟଙ୍କାର କୋକେନ ଓ ହାଇଡ୍ରୋପୋନିକ ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ୧୮୦୦ କୋଟି ଟଙ୍କାର ମଧ୍ୟ କୋକେନ୍ ଜବତ କରାଯାଇଥିଲା। ତେବେ ଏସବୁ କାରବାର କରୁଥିବା ସିଣ୍ଡିକେଟ୍ ସହ ଆଜିର ଏହି ୨୦୦୦ କୋଟି ଟଙ୍କାର କୋକେନ୍‌ର ମଧ୍ୟ ଲିଙ୍କ୍ ଥିବା ପୁଲିସ୍ ଅନୁମାନ କରୁଛି। ବର୍ତ୍ତମାନ ସୁଦ୍ଧା ୫ଜଣଙ୍କୁ କୋକେନ୍ ଚୋରାଚାଲାଣ ଅଭିଯୋଗରେ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking