22.1 C
Bhubaneswar
Friday, February 13, 2026
Homeଦେଶ ବିଦେଶରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ

ରାଜଧାନୀରୁ ଜବତ ହେଲା ଆଉ ୨୦୦୦ କୋଟି ଟଙ୍କାର କୋକେନ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବେ ପାଲଟିଛି କୋକେନ ଚାଲାଣର ଗଡ଼। ପୁଣିଥରେ ଦିଲ୍ଲୀରୁ ଜବତ ହୋଇଛି ୨୦୦ କେଜିର କୋକେନ। ଏହାର ବଜାର ମୂଲ୍ୟ ପ୍ରାୟ ୨ ହଜାର କୋଟି ଟଙ୍କା ହେବ। ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ୍‌ ରମେଶ ନଗର ଅଞ୍ଚଳରେ ଥିବା ଗୋଟିଏ ଗୋଦାମରୁ ଏତେ ପରିମାଣର କୋକେନକୁ ଜବତ କରିଛି।

ଯେଉଁ କାର୍‌ରେ ଏହି କୋକେନକୁ ଚାଲାଣ କରାଯିବାର ଥିଲା, ସେଥିରେ ଜିପିଏସ୍‌ ଲାଗିଥିଲା। ସ୍ପେଶାଲ ସେଲ ଉକ୍ତ ଜିପିଏସ୍‌କୁ ଟ୍ରାକ କରି ଅପରେସନ ଆରମ୍ଭ କରିଥିଲା। କାର୍‌ଟି ଗୋଦାମ ନିକଟରୁ ମିଳିବା ପରେ ପୁଲିସ୍‌ ୨୦୦ କେଜି କୋକେନ ସେଠାରୁ ଜବତ କରିଛି। ତେବେ ଦେଶର ରାଜଧାନୀକୁ ଏତେ ପରିମାଣର କୋକେନ ଆଣିଥିବା ବ୍ୟକ୍ତି ଜଣଙ୍କୁ ପୁଲିସ୍‌ ଧରିବାକୁ ସକ୍ଷମ ହୋଇନାହିଁ। ପୁଲିସ ତା’ ପାଖରେ ପହଞ୍ଚିବା ପୂର୍ବରୁ ସେ ଲଣ୍ଡନ ଫେରାର ହୋଇଯାଇଛି।

ପୂର୍ବରୁ ଅକ୍ଟୋବର ୨ରେ ଦକ୍ଷିଣ ଦିଲ୍ଲୀର ମହିପାଲପୁର ସ୍ଥିତ ଗୋଟିଏ ଗୋଦାମରୁ ୫,୬୨୦ କୋଟି ଟଙ୍କାର କୋକେନ ଓ ହାଇଡ୍ରୋପୋନିକ ଗଞ୍ଜେଇ ଜବତ ହୋଇଥିଲା। ୫୬୦ କେଜି କୋକେନ ଓ ୪୦ କେଜି ଗଞ୍ଜେଇ ଦିଲ୍ଲୀ ପହଞ୍ଚିବା ପଛରେ ଯେଉଁ ସିଣ୍ଡିକେଟ କାମ କରୁଥିଲା ସେମାନଙ୍କ ଲିଙ୍କ ଆଜି ଜବତ ହୋଇଥିବା ୨୦୦୦ କୋଟି ଟଙ୍କାର କୋକେନ ସହ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking