24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶପୁଣି ୧୫ ବିମାନକୁ ବୋମା ଧମକ

ପୁଣି ୧୫ ବିମାନକୁ ବୋମା ଧମକ

ନୂଆଦିଲ୍ଲୀ : ଗତ ୪ ଦିନ ହେଲା ଭାରତର ବିଭିନ୍ନ ବିମାନରେ ବୋମା ରଖାଯାଇଥିବା ନେଇ ଧମକ ମିଳିବାରେ ଲାଗିଛି। ଆଜି ୧୫ ବିମାନକୁ ବୋମା ଧମକ ମିଳିଛି । ସେଥିରେ ଏୟାର ଇଣ୍ଡିଆର ୫ଟି ବିମାନ ରହିଛି । ସେଗୁଡିକ ହେଲା ମୁମ୍ବାଇଲଣ୍ଡନ (ଏଆଇ-୧୨୯), ଦିଲ୍ଲୀ-ନ୍ୟୁୟର୍କ ଜେଏଫକେ (ଏଆଇ-୧୧୯), ଚେନ୍ନାଇସିଙ୍ଗାପୁର ବିମାନ ଏବଂ ୨ଟି ଘରୋଇ ବିମାନ ରହିଛି ।

ସେହିଭଳି ଭିସ୍ତାରା ଓ ଇଣ୍ଡିଗୋର ୨ଟି ଲେଖାଏ ବିମାନକୁ ମଧ୍ୟ ବୋମା ଧମକ ମିଳିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର ୬ଟି ବିମାନକୁ ବୋମା ଧମକ ଦିଆଯାଇଥିବା ସୂଚନା ମିଳିଛି । ସୋସିଆଲ ମିଡିଆରେ ଏହି ଧମକ ଦିଆଯାଇଛି । ଏହାକୁ ମିଶାଇ ଗତ ସୋମବାର ଠାରୁ ପ୍ରାୟ ୪୦ଟି ବିମାନକୁ ବୋମା ଧମକ ମିଳିସାରିଲାଣି । ନ୍ୟୁୟର୍କ ଓ ସିଙ୍ଗାପୁର ବିମାନ ବିନା ବାଧାରେ ଲ୍ୟାଣ୍ଡିଂ କରିଥିବା ବେଳେ ଲଣ୍ଡନ ବିମାନକୁ କିଛି ସମୟ ଆକାଶରେ ଚକ୍କର କାଟିବାକୁ ପଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking