24.1 C
Bhubaneswar
Monday, February 9, 2026
Homeଓଡିଶାପ୍ରସବ କଲେ ଆଉ ଜଣେ ୧୦ମ ଛାତ୍ରୀ

ପ୍ରସବ କଲେ ଆଉ ଜଣେ ୧୦ମ ଛାତ୍ରୀ

ଯାଜପୁର : ମେଡିକାଲରେ ପ୍ରସବ କଲେ ଆଉ ଜଣେ ୧୦ମ ଛାତ୍ରୀ । ବରୀ ବ୍ଲକ ଅଞ୍ଚଳର ୧୦ମ ଶ୍ରେଣୀ ଛାତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବରୀ ମେଡିକାଲରୁ ଛାତ୍ରୀ ଜଣଙ୍କୁ ଯାଜପୁରକୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉ କି ଗତ କିଛି ଦିନ ତଳେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ମେଡିକାଲରେ ୧୦ମ ଶ୍ରେଣୀ ଛାତ୍ରୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛିଅଭିଯୁକ୍ତ ଜଣଙ୍କ ସୁଶାନ୍ତ ଖିଲଅଭିଯୁକ୍ତର ଘର ଚିତ୍ରକୋଣ୍ଡା ଥାନା ଅଧୀନ ଦିଶାରୀଗୁଡା ହୋଥିବା ଜଣାପଡିଛି । ଏହି ଘଟଣାରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ହଷ୍ଟେଲ ମାଟ୍ରନ ଓ ଏନଏମଙ୍କୁ ସସପେଣ୍ଡ କରାଯାଇଛି । ସେପଟେ ସ୍କୁଲ ରେ ପହଂଚି ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଆରଡିସି ତଦନ୍ତ କରିଛି । ଘଟଣା ଅନୁଯାୟୀ ସ୍ଥାନୀୟ ଏକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରୀ ଜଣକ ବର୍ତ୍ତମାନ ଦଶମ ପରୀକ୍ଷା ଦେଉଛନ୍ତି । ସେ ଇଂରାଜୀ ପରୀକ୍ଷା ଦେଇଥିବା ଛାତ୍ରୀଙ୍କ ବାପା କହିଛନ୍ତି । ଛାତ୍ରୀଙ୍କ ବାପାଙ୍କ କହିବା ଅନୁଯାୟୀ ସ୍କୁଲର ଜଣେ ଶିକ୍ଷୟିତ୍ରୀ ଫୋନ କରି ତମର ଝିଅ ଦିଶୁନାହିଁ କହିଥିଲେ । ତୁରନ୍ତ ସ୍କୁଲକୁ ଆସିବାକୁ କହିଥିଲେ। ବାପା ଓ ମାଆ ସ୍କୁଲ ଯାଇ ଝିଅ ସମ୍ପର୍କରେ ପଚାରିବାରୁ ସେମାନେ ଏକ ବଡ଼ ଘଟଣା ଘଟିଥିବା କହିଥିଲେ । ତେବେ ଝିଅ କିପରି ଗର୍ଭବତୀ ହେଲା ସେ କିଛି ଜାଣି ନଥିବା ବେଳେ ଏହାର ପ୍ରଶାସନ ତଦନ୍ତ କରନ୍ତୁ ବୋଲି ପରିବାର ଲୋକେ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking