26.1 C
Bhubaneswar
Sunday, December 7, 2025
Homeଓଡିଶା'ଶକ୍ତିଶ୍ରୀ' କାର୍ଯ୍ୟକ୍ରମ ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ଭୁବନେଶ୍ୱର: ବଳଙ୍ଗାରେ ନାବାଳିକା ଉପରେ ଦୁର୍ବୃତ୍ତମାନେ ପେଟ୍ରୋଲ ଢାଳି ଜଳାଇଦେବା ଘଟଣା ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି । ଆଉ କିଛି ସମୟ ପରେ ଏୟାରଲିଫ୍ଟ ହେବେ ପୀଡିତା ।  ଏହାରି ଭିତରେ ବିଜେଡି ନେତା ସନ୍ତୃପ୍ତ ମିଶ୍ର  ଟ୍ୱିଟ ଯୋଗେ  କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଏମଓଡ଼ିଶା ଏବଂ ବିଜେପି ସରକାରଙ୍କର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ବିଷୟରେ ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ଓଡ଼ିଶାରେ ଏବଂ ଭାରତ ବର୍ଷରେ POSH ଆଇନ ଲାଗୁଅଛି। ସ୍ୱର୍ଗତା ସୌମ୍ୟାଶ୍ରୀ ବିଶି ନିଜର ସମସ୍ୟା ବିଷୟରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ସମେତ ଅନ୍ୟ ଶୀର୍ଷ ପ୍ରଶାସନୀକ ଅଧିକାରୀଙ୍କୁ ଅବଗତ କରାଇଥଥିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଯେତେବେଳେ ଶାସନର ବିଫଳତା ହେତୁ ଛାତ୍ରୀ ଏବଂ ନାରୀମାନଙ୍କର ସୁରକ୍ଷା ବିପଦଗ୍ରସ୍ତ ହେଉଛି, ଯେତେବେଳେ ଶାସନର ଅପାରଗତା ହେତୁ ସମୟ ଅନୁଯାଇ କାର୍ଯ୍ୟାନୁଷ୍ଠାନ ହେଇପାରୁନାହିଁ, ଏ ପରିପ୍ରେକ୍ଷୀରେ ଆଉ ଗୋଟିଏ ନୂଆ କାର୍ଯ୍ୟକ୍ରମ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ‘ଶକ୍ତିଶ୍ରୀ’ ଯୋଜନା ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଯିବ । ପ୍ରଶାସନରେ ନିଜର ସମସ୍ତ ବିଫଳତାକୁ ଘଣ୍ଟ ଘୋଡ଼େଇବାକୁ ଏବଂ ତାଙ୍କ ଦାୟିତ୍ୱହୀନତାରୁ ଲୋକମାନଙ୍କ ନଜର ହଟେଇବାକୁ ଚେଷ୍ଟା କରୁଛନ୍ତି । ଯଦି ଶାସନର ପାରଦର୍ଶିତା ନାହିଁ, ତାହେଲେ ଯେକୌଣସି ପଦକ୍ଷେପ ଘୋଷଣା କଲେ ମଧ୍ୟ ତାହା ସଫଳ ହୋଇପାରିବ ନାହିଁ ।

‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମଟି ସମ୍ପୂର୍ଣ ଭାବରେ ସଫଳ ହେବା ପାଇଁ କେତେ ସମୟ ଲାଗିବ ? ବର୍ତ୍ତମାନ ଠାରୁ ସେ ସମୟ ପର୍ଯ୍ୟନ୍ତ ଆମର ଛାତ୍ରୀ ଓ ମହିଳା ମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି କଣ ? ଓଡ଼ିଶା ସରକାର ନିଦ୍ରାରୁ ଉଠନ୍ତୁ, ନିଜର ଆତ୍ମନିରୀକ୍ଷଣ କରନ୍ତୁ ଏବଂ ଶାସନ କିଭଳି ଚଳେଇବାକୁ ହେବ ଯଦି ଜାଣି ନାହାନ୍ତି, ତାହେଲେ ପୂର୍ବତନ ବିଜୁ ଜନତା ଦଳ ସରକାରର ଦକ୍ଷ ମନ୍ତ୍ରୀ ମାନଙ୍କୁ,ବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଓ ଅନ୍ୟାନ୍ୟ ପ୍ରଶାସକ ମାନେ, ଯେଉଁମାନେ ୨୪ ବର୍ଷ ନବୀନ ବାବୁଙ୍କ ସରକାରରେ ରାଜ୍ୟରେ ଆଇନ ଶୃଙ୍ଖଳା ସଠିକ ଭାବରେ ରଖୁଥିଲେ, ତାଙ୍କ ଠାରୁ ଶିଖୁବାକୁ ଚେଷ୍ଟା କରନ୍ତୁ I ଏହି ଭଳି ଘୋର ସମସ୍ୟା ସମୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଓଡ଼ିଶାର ମହିଳା ମାନଙ୍କ ପାଇଁ ଗୋଟେ ଅପମାନ ଓ ଏବଂ ସମ୍ବେଦନଶୀଳତା ରହିତ ବିଚାରଧାରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking