27.1 C
Bhubaneswar
Monday, January 12, 2026
Homeଦେଶ ବିଦେଶମହାରାଷ୍ଟ୍ରରେ ନୂଆ ସରକାର ଗଠନ ତାରିଖ ଘୋଷଣା

ମହାରାଷ୍ଟ୍ରରେ ନୂଆ ସରକାର ଗଠନ ତାରିଖ ଘୋଷଣା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଡିସେମ୍ବର ୫ ତାରିଖ ଦିନ ନୂଆ ସରକାର ଗଠନ ହେବ। ମୁଖ୍ୟମନ୍ତ୍ରୀ ରେସ୍‌ ରେ ଦେବେନ୍ଦ୍ର ଫଡନବୀଶଙ୍କ ନାମ ସବୁଠୁ ଆଗରେ ରହିଛି। ଜନୈକ ବରିଷ୍ଠ ବିଜେପି ନେତା ଶନିବାର ଏହି ସୂଚନା ଦେଇଛନ୍ତି। ସରକାର ଗଠନକୁ ନେଇ ଫଡନବୀଶ, ଅଜିତ ପାୱାର ଓ ଏକନାଥ ସିନ୍ଦେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସାରିଛନ୍ତି। ସୂଚନା ମୁତାବକ ବୈଠକରେ ମହାଯୁତୀର ୩ ଦଳଙ୍କ ମଧ୍ୟରେ ବିଭାଗ ବଣ୍ଟନ ନେଇ ସହମତି ହୋଇ ସାରିଛି। ତେବେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଘୋଷଣା ବାକି ଅଛି। ବିଜେପିର ଜନୈକ ବରିଷ୍ଠ ନେତାଙ୍କ ଅନୁସାରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କ୍ଷମତାସୀନ ମହାଯୁତୀ ମେଣ୍ଟକୁ ପ୍ରଚଣ୍ଡ ବହୁମତ ମିଳିଛି। ମଣ୍ଟ ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ୨୩୬ଟିରେ ବିଜୟୀ ହୋଇଛି। ବିଜେପିକୁ ସବୁଠୁ ଅଧିକ ୧୩୨ଟି ଆସନ ମିଳିଛି। ଏଥିରେ ଶିବସେନା (ସିନ୍ଦେ)କୁ ୫୭ଟି ଆସନ ମିଳିଥିବା ବେଳେ ଅଜିତ ପାୱାରଙ୍କ ପାର୍ଟି ଏନସିପିକୁ ୪୧ଟି ଆସନ ମିଳିଛି। ବିରୋଧୀ ମେଣ୍ଟ ମହାବିକାଶ ଅଘାଡି ନିର୍ବାଚନରେ ସୋଚନୀୟ ପରାସ୍ତ ହୋଇଛି। ଏମଭିଏକୁ ମାତ୍ର ୪୮ଟି ଆସନ ମିଳିଛି। ଉଦ୍ଧବ ଠାକରେଙ୍କ ଶିବସେନାକୁ ସବୁଠୁ ଅଧିକ ୨୦ଟି ଆସନ ମିଳିଛି। କଂଗ୍ରେସକୁ ୧୬ଟି ଆସନ ମିଳିଥିବା ବେଳେ ଏନସିପି(ଶରଦ)କୁ ୧୦ଟି ଆସନ ମିଳିଛି। ସମାଜବାଦୀ ପାର୍ଟିକୁ ୨ଟି ଆସନ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking