ନୂଆଦିଲ୍ଲୀ: ଭେଟେରାନ୍ ବାଂଲାଦେଶ ଅଲ୍ରାଉଣ୍ଡର୍ ମହମୁଦୁଲ୍ଲାର ମଙ୍ଗଳବାର ଟି-୨୦ ଅନ୍ତର୍ଜାତୀୟର ଅବସର ଘୋଷଣା କରିଛି । ଭାରତ ବିପକ୍ଷ ଚଳିତ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଏହି ଫର୍ମାଟ୍ରେ ତାଙ୍କର ଶେଷ ମ୍ୟାଚ୍ ହେବ । ଏହି ମ୍ୟାଚ୍ ଶନିବାର ହାଇଦ୍ରାବାଦରେ ଖେଳାଯିବ । ଭାରତ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ପୂର୍ବ ପ୍ରେସ୍ କନ୍ଫରେନ୍ସରେ ମହମୁଦୁଲ୍ଲାହ ଏହି ଘୋଷଣା କରିବା ସହିତ ଏ ନେଇ ପୂର୍ବରୁ ନିଷ୍ପତ୍ତି ନେଇସାରିଥିଲେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, ଦିନିକିଆ ଉପରେ ଫୋକସ୍ କରିବା ଟି-୨୦ ଫର୍ମାଟ୍ ଛାଡ଼ିବା ଏହା ପ୍ରକୃଷ୍ଟ ସମୟ । ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ୩୮ ବର୍ଷୀୟ ମହମୁଦୁଲ୍ଲା ବାଂଲାଦେଶ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୫୦ ଟେଷ୍ଟ, ୨୩୨ ଦିନିକିଆ ଏବଂ ୧୩୯ ଟି-୨୦ ମ୍ୟାଚ୍ ଖେଳିସାରିଛନ୍ତି । ଏହି ଛୋଟ ଫର୍ମାଟ୍ରେ ୨୩୯୫ ରନ୍ କରିଥିବା ବେଳେ ୪୦ ୱିକେଟ୍ ନିଜ ନାମରେ କରିଛନ୍ତି । ପୂର୍ବତନ ବାଂଲାଦେଶ ଟି-୨୦ କ୍ୟାପ୍ଟେନ୍ ୨୦୨୧ରେ ଟେଷ୍ଟ୍ କ୍ରିକେଟ୍ର ଅବସର ନେଇସାରିଛନ୍ତି । ବାଂଲାଦେଶର ଅନ୍ୟତମ ଅଲ୍ରାଉଣ୍ଡର୍ ସାକିବ୍ ଅଲ୍ ହସନ୍ ମଧ୍ୟ ଭାରତ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜ୍ ଅବସରରେ ଟି-୨୦ ଓ ଟେଷ୍ଟ ଫର୍ମାଟ୍ରୁ ଅବସର ଘୋଷଣା କରିଥିଲେ ।










