13.1 C
Bhubaneswar
Thursday, January 15, 2026
Homeଓଡିଶାସାଂଗଠନିକ କାର୍ଯ୍ୟକୁ ସୁପରିଚାଳନା ନିମନ୍ତେ ତାଲିକା ଘୋଷଣା

ସାଂଗଠନିକ କାର୍ଯ୍ୟକୁ ସୁପରିଚାଳନା ନିମନ୍ତେ ତାଲିକା ଘୋଷଣା

ଭୁବନେଶ୍ବର: ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଜୀ, ଲୋକସଭାର ବିରୋଧ୍ ଦଳର ନେତା ରାହୁଲ ଗାନ୍ଧୀଜୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେସି ଭେନୁ ଗୋପାଳଜୀଙ୍କ ଗସ୍ତ ସମୟରେ “ ସମ୍ବିଧାନ ବଞ୍ଚାଅ ସମାବେଶ” ଏବଂ ଦଳର ଅନ୍ୟାନ୍ୟ ସାଂଗଠନିକ କାର୍ଯ୍ୟକ୍ରମକୁ ସୁପରିଚାଳନା ନିମନ୍ତେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନିମ୍ନମତେ ବିଭିନ୍ନ କମିଟି ଗଠନ କରି ସେମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି।

୧. ପ୍ରୋଗାମ ଅର୍ଗାନାଇଜେସନ କମିଟି– ଏହି କମିଟିରେ ମାନସ ଚୌଧୁରୀ ସଂଯୋଜକ ରହିଥ‌ିବା ବେଳେ ବିଧାୟକ ସାଗର ଚରଣ ଦାସ, ମନୋଜ ଜେନା, ରଞ୍ଜିତ ପାତ୍ର, ମହମ୍ମଦ ଇମଦାଦ, ରାଜୀବ ପଟ୍ଟନାୟକ, ଅଭିଳାଷ ମାଣିଆ, ଅମରେଶ ପରିଡ଼ା ସଭ୍ୟ ଭାବରେ ରହିଛନ୍ତି।

୨. ପବ୍ଲିସିଟି କମିଟି– ଏହି କମିଟିରେ ନବଜ୍ୟୋତି ପଟ୍ଟନାୟକ ସଂଯୋଜକ ରହିଥ‌ିବା ବେଳେ ଜାନକୀ ବଲ୍ଲଭ ପଟ୍ଟନାୟକ, ଶାନ୍ତାୟନ ମିଶ୍ର, ମନୋଜ ବିଶ୍ୱାଳ, ମିଲନ ପଟ୍ଟନାୟକ, ଉଦିତ ପ୍ରଧାନ ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି।

୩. ଅର୍ଗାନାଇଜେନସନାଲ କମିଟି ମିଟିଂ- ଏହି କମିଟିରେ ଶ୍ରୀ ଶୁଭେନ୍ଦୁ ମହାନ୍ତି ସଂଯୋଜକ ରହିଥ‌ିବା ବେଳେ ୟାସିର ନୱାଜ, ପ୍ରକାଶ ମିଶ୍ର, ପ୍ରଦୀପ କୁମାର ମହାପାତ୍ର, ଲଲାଟେନ୍ଦୁ ଶତପଥ୍, ସଂଜୟ ତ୍ରିପାଠୀ ପ୍ରମୁଖ ସଭ୍ୟ ଭାବରେ ରହିଛନ୍ତି ବୋଲି ପିସିସି ଗଣମାଧ୍ଯମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking