27.1 C
Bhubaneswar
Sunday, March 29, 2026
Homeଓଡିଶା୭ ନୂଆ ମ୍ୟୁନିସିପାଲିଟି ଘୋଷଣା

୭ ନୂଆ ମ୍ୟୁନିସିପାଲିଟି ଘୋଷଣା

ଭୁବନେଶ୍ୱର: ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ଅବସରରେ ଆଉ ୭ ନୂଆ ଏନଏସିକୁ ନୂଆ ମ୍ୟୁନିସିପାଲିଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁରକୁ ନୂଆ ମ୍ୟୁନିସିପାଲିଟି ଘୋଷଣା କଲେ ସରକାର । କବି ସୂର୍ଯ୍ୟନଗର ଓ ପୋଲସରା ମଧ୍ୟ ନୂଆ ମ୍ୟୁନିସିପାଲିଟି ଭାବେ ଘୋଷିତ ହେଲାଏଥି ସହିତ ମୁଖ୍ୟମନ୍ତ୍ରୀ ଆଜି ୧୬ଟି ନୂଆ ଏନ୍‌ଏସି ମଧ୍ୟ ଘୋଷଣା କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ୧୭୨ଟି ନଗର ସ୍ଥାନୀୟ ସଂସ୍ଥା (ୟୁଏଲବି) ରହିଛି, ଯେଉଁଥିରେ ୬ଟି ମହାନଗର ପାଳିକା, ୫୪ଟି ନଗର ପାଳିକା ଏବଂ ୬୨ଟି ଏନଏସି ଅନ୍ତର୍ଭୁକ୍ତ। ୨୦୨୪ ଓ ବିଧାନସଭା ନିର୍ବାଚନ ପୂର୍ବରୁ ସମୟରେ ରାଜ୍ୟ ସରକାର ୫୬ଟି ନୂଆ ଏନଏସି ଘୋଷଣା କରିଥିଲେ ଏବଂ ୬ଟି ଏନଏସିକୁ ନଗର ପାଳିକାରେ ପରିଣତ କରିଥିଲେ। ଏବେ ନୂଆ ଏନଏସି ଘୋଷଣା ସହରୀ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ଏବଂ ସାମାଜିକ-ଆର୍ଥିକ ଉନ୍ନୟନର ଆବଶ୍ୟକତାକୁ ଦୃଷ୍ଟିରେ ରଖି କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking