ଭୁବନେଶ୍ୱର: ବିଧାନସଭାରେ ଉଠିଲା ଏଏନଏମ ପ୍ରଶ୍ନପତ୍ର ଲିକ ମାମଲା। ପଏଣ୍ଟ ଅଫ ଅର୍ଡରରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ରାଜନ ଏକ୍କା । ପରୀକ୍ଷାକୁ ବାତିଲ କରିବା ସହ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ବୋଲି ପ୍ରଶ୍ନ କଲେ । ଆଜି ଏଏନଏମ ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଥିବା ଖବର ସାମ୍ନାକୁ ଆସିଛି । ସୂଚନାରୁ ଜଣାପଡିଛି , ପରକ୍ଷାର ୩ ଘଣ୍ଟା ପୂର୍ବରୁ ଏହି ପ୍ରଶ୍ନପତ୍ର ଲିକ ହୋଇଥିଲା । ଆଜି ଦ୍ୱିତାୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବା ବେଳେ ଏହାର ୩ ଘଣ୍ଟା ପୂର୍ବରୁ ପ୍ରସ୍ନପତ୍ର ଲିକ ହୋଇଛି । ଅପରାହ୍ନ ୨୨ଟାରେ ପରୀକ୍ଷା ଥିବା ବେଲେ ପୂର୍ବାହ୍ନ ୧୧ଟାରେ ପ୍ରଶ୍ନପତ୍ର ଲିକ ହୋଇଛି । ଆଜି ମିଡ ୱାଇଫେରି ପରୀକ୍ଷା ଥିଲା ।









