30.1 C
Bhubaneswar
Thursday, February 5, 2026
Homeଓଡିଶାଯୋଜନା ବେଳେ ୩ ଡକାୟତଙ୍କୁ ମାଡ଼ି ବସିଲା ପୁଲିସ

ଯୋଜନା ବେଳେ ୩ ଡକାୟତଙ୍କୁ ମାଡ଼ି ବସିଲା ପୁଲିସ

ଅନୁଗୁଳ: ଖୋର୍ଦ୍ଧାରୁ ଆସି ଅନୁଗୁଳରେ ଚଳାଇଥିଲେ ଡକାୟତି ଯୋଜନା। ଖବର ପାଇ ମାଡ଼ି ବସିଲା ଅନୁଗୁଳ ଥାନା ପୁଲିସ। ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ପଡ଼ିଆ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ରେଡ୍ କରିଥିଲା ପୁଲିସ। ୩ ଜଣକୁ କାବୁ କରିଛି ପୁଲିସ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହ ପ୍ରାୟ ୩୦ ଗ୍ରାମ ଡ୍ରଗସ ଜବତ ହୋଇଛି। ଏହାଛଡ଼ା ସେମାନଙ୍କ ନିକଟରୁ ଗୋଟେ ଚାପଡ, ୩ଟି ମଦ ବୋତଲ , ଏକ କାର, ୨ ଟି ମୋଟର ସାଇକେଲ ମଧ୍ଯ ଜବତ ହୋଇଛି। ଧରାପଡ଼ିଥିବା ତିନି ଡକାୟତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ଦୁଇ ଜଣ ଭୁବନେଶ୍ୱରରୁ ଜଣେ ଥିବା ଜଣାଯାଇଛି। ଅପରପକ୍ଷରେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking