21.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶରାଗ ମୁଣ୍ଡକୁ ଚଢ଼ିଗଲା: ଆଉ ଦୁହେଁ ଜଣେ ଅନ୍ୟଜଣକୁ ଛୁରୀ ଭୁସି ଚାଲିଲେ

ରାଗ ମୁଣ୍ଡକୁ ଚଢ଼ିଗଲା: ଆଉ ଦୁହେଁ ଜଣେ ଅନ୍ୟଜଣକୁ ଛୁରୀ ଭୁସି ଚାଲିଲେ

ନୂଆଦିଲ୍ଲୀ: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା। ଦୁଇ ଜଣ ଜିଗରି ଦୋସ୍ତ ବା ଘନିଷ୍ଠ ବନ୍ଧୁ। ହେଲେ ସାମାନ୍ୟ ଝଗଡ଼ା ଦୁଇ ଜଣଙ୍କର ସବୁ କିଛି ସାରିଦେଲା। ରାଗ ମୁଣ୍ଡକୁ ଚଢ଼ିଗଲା। ଆଉ ଦୁହେଁ ଜଣେ ଅନ୍ୟଜଣକୁ ଛୁରୀ ଭୁସି ଚାଲିଲେ।ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ନାମ ସନ୍ଦୀପ ଏବଂ ଆରିଫ୍ ବୋଲି ଜଣାପଡ଼ିଛି। ଯେଉଁମାନେ କି ପଶ୍ଚିମ ଦିଲ୍ଲୀର ତିଲକ ନଗର ପୋଲିସ ଷ୍ଟେସନ ଅଞ୍ଚଳର ଖୟାଲା ବି ବ୍ଲକ୍ ର ବାସିନ୍ଦା ଥିଲେ। ଖବର ପାଇବା ମାତ୍ରେ କିଆଲି ତାନା ଏବଂ ତିଲକ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ଦୁଉ ସାଙ୍ଗ ନିଜ ପରିବାର ସହ ଗୋଟିଏ ଜାଗାରେ ରହୁଥିଲେ। ଉଭୟ ଘନିଷ୍ଠ ବନ୍ଧୁ ଥିଲେ। ଏବଂ ଦୁହେଁ ବିବାହିତ ମଧ୍ୟ ଥିଲେ। ହେଲେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ, ଦୁହେଁ ପରସ୍ପରକୁ ଛୁରୀରେ ଆକ୍ରମଣ କରିଥିଲେ। ପୋଲିସର କହିବା ଅନୁଯାୟୀ, ସନ୍ଦୀପଙ୍କର ଏକ ବ୍ୟବସାୟ ଥିଲା ଏବଂ ପୂର୍ବରୁ ସେ ଜଣେ ଜିମ୍ ଟ୍ରେନର୍ ମଧ୍ୟ ଥିଲେ। ଉଭୟ ବିବାହିତ ଏବଂ ସେମାନଙ୍କର ପିଲାଛୁଆ ମଧ୍ୟ ଥିଲେ।ଏହି ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଉଭୟଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ଦୀନ ଦୟାଲ ଉପାଧ୍ୟାୟ ହସ୍ପିଟାଲକୁ ପଠାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking