ଭୁବନେଶ୍ୱର: ଓଡିଶାରେ ଏଆଇ ବେସଡ୍ ହେବ ଅଙ୍ଗନବାଡି କେନ୍ଦ୍ର । ଏନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା । ସେ କହିଛନ୍ତି ସବୁ ଜାଗାରେ ଅଙ୍ଗନବାଡି କେନ୍ଦ୍ର କରାଯିବ । ଏଥିପାଇଁ ଅର୍ଥର ବ୍ୟୟବରାଦ ମଧ୍ୟ କରାଯାଇଛି । ରାଜ୍ୟର ନିଜସ୍ୱ ଜ୍ଞାନ କୌଶଳ ବ୍ୟବହାର କରାଯିବ । ଏହା ସହ ସେ ଆହୁରି କହିଛନ୍ତି ଯେ ଅପପୁଷ୍ଟି ମୁକ୍ତ ଓଡିଶା ସରକାରଙ୍କ ଲକ୍ଷ୍ୟ । ଅପପୁଷ୍ଟିର କାରଣ ଖୋଜିବାକୁ ବିଭାଗ ତତ୍ପର । ଅପପୁଷ୍ଟି ପିଲା ନଥିବା ଅଙ୍ଗନବାଡିକୁ ପୁରସ୍କାର ମିଳିବ । ଅପପୁଷ୍ଟି ମୁକ୍ତ ନେଇ କ୍ୟାମ୍ପେନ୍ କରାଯିବ ।









