ବ୍ୟୁରୋ : ନଭେମ୍ବରରେ ପୁଣି ଆସୁଛି ଆଉ ଏକ ବାତ୍ୟା । ଓଡିଶା ଉପରେ ପଡିପାରେ ଏହାର ବଡ ପ୍ରଭାବ । ଏନେଇ ଆଇଏମଡି କିମ୍ବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଖଡି ରତ୍ନ ପଞ୍ଜିକାରେ ଏହାକୁ ନେଇ ସୂଚନା ରହିଛି । ପଞ୍ଜିକାରେ ଲେଖାଅଛି ଯେ, ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ , କଟକ , ଗୋପାଳପୁର , କୋଣାର୍କ , ଅସ୍ତରଙ୍ଗ , ଯାଜପୁର , ଭୁବନେଶ୍ୱର , ନୟାଗଡ , କାକଟପୁର , ନିଆଳି ପ୍ରଭୃତି ଅଞ୍ଚଳରେ ଘୁର୍ଣ୍ଣିବାତ୍ୟା ପ୍ରଚଣ୍ଡ ବାୟୁ ପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।