ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଖଣି ଉପତ୍ୟକା ଓ କଳିଙ୍ଗ ନଗର ଶିଳ୍ପା ଅଞ୍ଚଳ ରେ ଜଳ ବାୟୁ ପ୍ରଦ୍ୟୁତ ଯୋଗୁ କିଡନୀ ରୋଗ ବୃଦ୍ଧି ପାଇଛି l ଏହି ରୋଗ ବିଶେଷ କରି ଖଣି ଅଳରେ ପାନୀୟ ଜଳ ରେ କ୍ରୋମାଇଟି ଗୁଣ୍ଡ ମିଶ୍ରିତ ପାଣି ଲୋକ ମାନେ ବ୍ୟବହାର କରୁ ଥିବା ରୁ ଏହି ରୋଗ ସ ହ ମାରlମତ୍କ ରୋଗ ଦେଖା ଦେଊଛି l କାଳିଆପାଣିରେ ପୁଣି ଜଣେ ଖଣି ଖଣି ଅଞ୍ଚଳ ଭୂତଳ ଜଳ ରାଶି ରେ କ୍ରୋମେl ମିଶ୍ରିତ ଜଳ ବାହାରୁଚି ଯଦି ଓ ଖଣି କର୍ତୁପକ୍ଷ ଜଳ କୂ ବିଶୋଧନ କରିବା ପାଇଁ ଜଳ ବିଶୋଧନ ପ୍ଲାଣ୍ଟ ବସାଇ ନିଜ ଖଣି ଅଞ୍ଚଳ ରେ କ୍ୱାଟର କୁ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି କିନ୍ତୁ ଖଣି ଅଞ୍ଚଳ ର ପାରିପlଶ୍ୱରେ ଥିବା ଗ୍ରାମ୍ୟ ଗୁଡିକ ରେ ଲୋକ ମାନେ ନଳ କୁପ ପାଣି ଉପରେ ନିର୍ଭରଶୀଳ l ସେ ଅଂଚଳ ରେ ଥିବା ଝରଣା ଗୁଡିକ ରେ କ୍ରୋମାଇଟେ ଗୁଣ୍ଡ ମିଶି ସେ ଜଳ ମଧ୍ୟ ପ୍ରଦୂଷିତ l କ୍ରୋମାଇଟ୍ ଖନନ ଫଳ ରେ ଝରଣା ଗୁଡିକ ବିଲୁପ୍ତ ହେବକୁ ବସିଲାଣି l କିଡନୀ ରୋଗ ଶ୍ରମିକଙ୍କ ମୁଣ୍ଡ ନେଇଛି l ଏବେ କିଡ୍ନି ରୋଗ ରେ ମୃତକ ସଂଖ୍ୟା ବୃଦ୍ଧି ପାଊଛି କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗପାଳ ଗାଁର ଖଣି ଶ୍ରମିକ ଚାରିମା ଓରାମ୍(୪୫)। ଅସୁସ୍ଥତା ପାଇଁ ସେ ଓଡ଼ିଶା ଖଣି ନିଗମ(ଓଏମ୍ସି) ଦକ୍ଷିଣ କାଳିଆପାଣି କ୍ରୋମାଇଟ୍ ଖଣିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଗତ କିଛିମାସ ଧରି ସେ କଳିଙ୍ଗନଗର ଟାଟାଷ୍ଟିଲ ମେଡିକା ହସପିଟାଲ୍ରେ ଡାଇଲିସିସ୍ କରାଉଥିଲେ। ମାସେ ପୂର୍ବରୁ ଆଉ ଯିବା ଅବସ୍ଥାରେ ନଥିଲେ। ଆଜି ତାଙ୍କୁ ତାଙ୍କ ନିଜ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତ ଜୁନ ୭ ତାରିଖରେ କାଳିଆପାଣି ଥାନା ପାଖ ମହାନ୍ତସାହିର ଅବସରପ୍ରାପ୍ତ ଓଏମ୍ସି ଖଣି ଶ୍ରମିକ ଗିରିଧାରୀ ମହାନ୍ତ(୬୧)ଙ୍କର ତାଙ୍କ ଘରେ ମୃତ୍ୟୁ ହୋଇଥିଲା। ସେ ବିଭିନ୍ନ ସମୟରେ ମେଡିକାଲ୍ ଯାଇ ଡାଇଲିସିସ୍ କରାଉଥିଲେ। ଏହାବାଦ୍ ଗତ ଫେବ୍ରୁଆରି ମାସ ୫ ତାରିଖ ଓ ୧୨ ତାରିଖରେ ୨ ଜଣ ଯୁବ ଠିକା ବୋଝେଇ ଖଣି ଶ୍ରମିକ କାଳିଆପାଣି ବିର୍ସାନଗର ବସ୍ତିର ଗଜେନ୍ଦ୍ର ବେସ୍ରା(୩୮) ଓ କାଳିଆପାଣି ଥାନା ପାଖ ଚିରିଗୁଣିଆ ମୁଣ୍ଡାସାହିର ସୋମନାଥ ପିଙ୍ଗୁଆ(୩୬)ଙ୍କର ମୃତ୍ୟୁ ହୋଇଥିଲା। ସଂପୃକ୍ତ ୪ ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ କିଡ୍ନି ରୋଗ ଜନିତ ବୋଲି ସରପଞ୍ଚ ବିକାଶ କୁମାର ପାତ୍ର ମତଦେଇ ଏ ସଂପର୍କରେ ସରକାର ଓ ଖଣି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପାରିପାର୍ଶ୍ବିକ ଉନ୍ନୟନ ଯୋଜନାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଦାବି କରନ୍ତି।
ଗତ ଜାନୁଆରି ୨୦ ତାରିଖରେ କିଡ୍ନି ରୋଗ ୪ ମୁଣ୍ଡ ନେଇଥିଲା। ବିର୍ସାନଗର ବସ୍ତିର ବୋଝେଇ ଶ୍ରମିକ ପୋଗର ଲମ୍ବାଏଁ(୫୫)ଙ୍କର ଚିକିତ୍ସା ଅଭାବରୁ ନିଜ ଘରେ ମୃତ୍ୟୁ ହୋଇଥିଲା। ତାଙ୍କର ୨ଟିଯାକ କିଡ୍ନି ନଷ୍ଟ ହୋଇଯାଇଥିଲେ ହେଁ ସେ ଘରେ ରହି ଝଡ଼ାଫୁଙ୍କା ଓ ଜଡ଼ିବୁଟି ଚିକିତ୍ସା କରାଯାଉଥିଲେ। ସେହି ଜାନୁଆରି ମାସ ୧୫ ତାରିଖ, ୯ ତାରିଖ ଓ ନୂଆବର୍ଷରେ ମୃତ୍ୟୁର ଶିକାର ହୋଇଥିବା ଅନ୍ୟ ୩ କିଡ୍ନି ରୋଗୀ ହେଲେ କୋଇପଶି ବସ୍ତିର ଓଏମ୍ସି ଠିକା ସଫେଇ କର୍ମଚାରୀ କୁନୁ କାରୁଆ(୩୭), ଓଏମ୍ସି କର୍ମଚାରୀ ଜୟରାମ ମୁଣ୍ଡା(୫୫) ଓ ଉପର ନଗଡ଼ାର ଯୁବକ ସାଗା ପ୍ରଧାନ(୩୦)।
ଡିସେମ୍ବର ମାସ କିଡ୍ନି ରୋଗରୁ ଆଉ ୭ ଜଣଙ୍କର ମୃତ୍ୟୁ ଅଭିଯୋଗ ହୁଏ। ୨୧ ତାରିଖରେ ବାମ୍ବିଲୋ ଗାଁର ଲକ୍ଷ୍ମୀପ୍ରିୟା ନାୟକ, ୧୭ ତାରିଖରେ କଅଁସ ପଞ୍ଚାୟତ ଓସ୍ତପାଳ ଗାଁର ଭକ୍ତୁରାମ ଦେହୁରୀ(୩୨), ୯ ତାରିଖରେ ଓଏମ୍ସି ସୁକ୍ରଙ୍ଗି କ୍ରୋମାଇଟ୍ ଖଣି କର୍ମଚାରୀ ସୁନିଲ କୁମାର ସାହୁ(୪୨), ୬ ତାରିଖରେ କାଳିଆପାଣି ଘାଗିଆସାହିର ୨ ଜଣ ମଙ୍ଗଲ ମାରାଣ୍ଡି(୫୧) ଓ ଲକ୍ଷ୍ମଣ ମାରାଣ୍ଡି(୬୩) ଏବଂ ୩ ତାରିଖରେ କଅଁସ ପଞ୍ଚାୟତ ସାରୁଆବିଲ ଗାଁର ୨ ଜଣ ଚକ୍ରଧର ପ୍ରଧାନ(୨୫) ଓ ଗୋବିନ୍ଦ ଦେହୁରୀ(୬୧)ଙ୍କ ମୃତ୍ୟୁ ହୋଇଥିଲା। ୮ ମାସ ମଧ୍ୟରେ କିଡ୍ନି ରୋଗରେ ୧୫ଟି ମୂଲ୍ୟବାନ ଜୀବନ ଅକାଳରେ ଝଡ଼ି ପଡ଼ିବାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।
ଏ ସଂପର୍କରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କୁ ପଚାରିବାରେ ଖଣିଅଞ୍ଚଳର ଅଧିକାଂଶ କିଡ୍ନି ରୋଗୀ ରୋଗ ଓ ଚିକିତ୍ସା ସଂପର୍କରେ ସଚେତନ ନଥିବା କହନ୍ତି। ପରିସ୍ଥିତି ଅନୁଧ୍ୟାନ କରଯାଇ ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି କହିଥିଲେ।










