31.1 C
Bhubaneswar
Monday, March 30, 2026
Homeଓଡିଶାପୁଣି ଲାଇନ୍‌ଚ୍ୟୁତ୍‌ ହେଲା ମାଲବାହୀ ଟ୍ରେନ୍‌

ପୁଣି ଲାଇନ୍‌ଚ୍ୟୁତ୍‌ ହେଲା ମାଲବାହୀ ଟ୍ରେନ୍‌

ଭୁବନେଶ୍ୱର : ଭୁବନେଶ୍ୱର ମଞ୍ଚେଶ୍ୱର ଷ୍ଟେସନ ୟାର୍ଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ । ଫଳରେ ୨ଟି ଟ୍ରେନ୍‌କୁ ବାତିଲ କରାଯିବା ସହ ଓ ୬ଟି ଟ୍ରେନର ଯାତାୟାତ ସମୟ ବଦଳିଛି । ଗତକାଲି ରାତି ପ୍ରାୟ ୧ଟା ୩୫ରେ ମାଲବାହୀ ଟ୍ରେନ୍‌ର ଗୋଟିଏ ୱାଗନ୍‌ ପ୍ରଥମେ ଲାଇନ୍‌ଚ୍ୟୁତ ହୋଇଥିଲା। ଖବର ପାଇ ରେଲୱେ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ୱାଗନ୍‌କୁ ଟ୍ରାକ୍‌କୁ ଉଠାଇବାକୁ ଚେଷ୍ଟା କରାଯାଉଥିବା ବେଳେ ଆଉ ୩ଟି ୱାଗନ୍‌ ଟ୍ରାକ୍‌ ତଳକୁ ଖସି ଯାଇଥିଲା। ବହୁ ପରିଶ୍ରମ ପରେ ସକାଳ ୫ଟା୫ ସୁଦ୍ଧା ଡାଉନ୍‌ ଲାନ୍‌କୁ କ୍ଲିଅର କରାଯାଇଛି। ଏହାପରେ ଉଭୟ ଅପ୍‌ ଓ ଡାଉନ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। କିନ୍ତୁ ଦୀର୍ଘ ସମୟ ଧରି ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିବାରୁ ୨ଟି ଟ୍ରେନ୍‌କୁ ବାତିଲ କରାଯିବା ସହ ୬ଟି ଟ୍ରେନ୍‌ର ଯାତାୟାତ ସମୟ ବଦଳିଛି । ରାଉରକେଲା-ପୁରୀ ଏକ୍ସପ୍ରେସ୍‌ ଅନୁଗୁଳ ପର୍ଯ୍ୟନ୍ତ ଚାଲିବ ବୋଲି ରେଲବାଇ ପକ୍ଷରୁ ସୂଚନା ମିଳିଥିବା ବେଳେ ତାହା ଆଉ ପୁରୀ ଯିବନି। ସେହିପରି ପୁରୀ-ହାଉଡା ଟ୍ରେନ୍‌ ସମେତ ସମୁଦାୟ ୬ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking