28.1 C
Bhubaneswar
Wednesday, February 4, 2026
Homeଓଡିଶାପୁଣି ଯୌତୁକ ନେଲା ନବବଧୂଙ୍କ ଜୀବନ

ପୁଣି ଯୌତୁକ ନେଲା ନବବଧୂଙ୍କ ଜୀବନ

ଭଦ୍ରକ: ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ । ବିବାହ ପରେ ଅଧିକ ଯୌତୁକ ନଦେବାରୁ ନବବଧୁକୁ ଦତ୍ୟା ଅଭିଯୋଗ । ଭଦ୍ରକ ଆଗରପଡା ଥାନା ଓଲଡାଙ୍ଗ ଗାଁରୁ ଅଭିଯୋଗ ଆସିଛି । ଗାଁର ଜ୍ୟୋତିରଞ୍ଜନ ପଣ୍ଡାଙ୍କୁ ଭଦ୍ରକ ବାଲୁଅଶାସନ ଗାଁର ସୁଭଦ୍ରା ପଣ୍ଡା ଗତ ମେ ମାସରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ତେବେ ବିବାହ ପରେ ସ୍ୱାମୀ, ଶ୍ୱଶୁର ଘର ଲୋକେ ଯୌତୁକ ଦାବି କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ଗତକାଲି ସୁଭଦ୍ରାଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତଦେହକୁ ଛାଡି ଫେରାର ହୋଇଯାଇଛନ୍ତି ସ୍ୱାମୀ ଓ ଶ୍ୱଶୁର ଘର ଲୋକେ । ଏନେଇ ଆଗରପଡା ଥାନାରେ ଅଭିଯୋଗ ପରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶାଶୁକୁ ଥାନାରେ ଅଟକ ରଖି ଅନ୍ୟମାନଙ୍କୁ ଖୋଜାଖୋଜି ଆରମ୍ଭ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking