28.1 C
Bhubaneswar
Thursday, September 19, 2024
Homeଓଡିଶାପୁଣି ରାଜଧାନୀରେ ଫୁଟିଲା ବୋମା

ପୁଣି ରାଜଧାନୀରେ ଫୁଟିଲା ବୋମା

ଭୁବନେଶ୍ୱର : ପୁଣି ରାଜଧାନୀରେ ଫୁଟିଲା ବୋମା । କ୍ୟାପିଟାଲ ଥାନା ଅଞ୍ଚଳରେ ବୋମାମାଡ଼ ହୋଇଛି । କେଦାରପଲ୍ଲୀ ଅଞ୍ଚଳର ୨ଟି ସ୍ଥାନରେ ୬ଟି ବୋମାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଦୁଇଟି ବାଇକରେ ଆସି ୪ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଥିବା ଜଣାପଡ଼ିଛି । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପଚରାଉଚରା ଜାରି ରଖିଛି ଏବଂ ସ୍ୱତନ୍ତ୍ର ଟିମ୍ ସହ ଅଧିକ ତଦନ୍ତ ଚଳାଇଛି । ତେବେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ କେଦାରପଲ୍ଲୀ ଓ ବ୍ରହ୍ମପୁରସାହି ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking