17.1 C
Bhubaneswar
Thursday, December 18, 2025
Homeଓଡିଶାପୁଣି ଅଲୋଡ଼ା ହେଲା ଶିଶୁକନ୍ୟା: ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା: ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର

ରଣମାଲ: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା। ଜନ୍ମର କିଛି ସମୟ ପରେ ଖତଗଦାରେ ଫିଙ୍ଗିଦେଲା ଜନ୍ମକଲା ମାଆ ଓ ପରିବାର। ଏଭଳି ନିର୍ଦ୍ଦୟ, କଠୋର ହୃଦୟ ସମ୍ପନ୍ନ, ମମତା ବିହୀନ ମାଆ, ବାପା ଓ ପରିବାର କିଏ ଆଉ କେଉଁ ପରିସ୍ଥିତିରେ ଏଭଳି ଅମାନୁଷିକ କାଣ୍ଡ କରିଛି ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ। କଳାହାଣ୍ଡି ଜିଲା କଲମପୁର ଥାନା ଅନ୍ତର୍ଗତ ଭୁର୍ସିଗୁଡା ଗାଁର ଗୋଟିଏ ଖତଗଦାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବୁଧବାର ଗାଁର କିଛି ଯୁବକ ରାସ୍ତାରେ ବୁଲିବା ପାଇଁ ଆସିଥିବାବେଳେ ପାଖରେ ଥିବା ଏକ ଖତଗଦାରୁ ଏକ ଛୁଆର ବିକଳ କାନ୍ଦଣା ଶୁଣିବାକୁ ମିଳିଥିଲା। କଣ ହୋଇଛି ବୋଲି ଯୁବକମାନେ ମୋବାଇଲ ଟର୍ଚ୍ଚ ମାରି ଯାହା ଦେଖିଲେ ସେ ଦୃଶ୍ୟ ହୃଦୟକୁ ଥରାଇ ଦେଇଥିଲା। ଏକ ନବଜାତ ଶିଶୁକନ୍ୟା ଖତଗଦାରେ ଅସୁରକ୍ଷିତ ଭାବେ ପଡ଼ିରହି ମରଣ ସହ ଲଢେଇ କରୁଥିଲା। ତୁରନ୍ତ ଗାଁର ଆଶା, ଅଙ୍ଗନବାଡ଼ି, ସ୍ଥାନୀୟ ପୁଲିସ, ସାମ୍ବାଦିକ, ସ୍ବେଚ୍ଛାସେବୀଙ୍କୁ ଖବର ଦିଆଯାଇଥିଲା। ପରେ ଶିଶୁକନ୍ୟାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରଣମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ୧୨ ଶହ ଗ୍ରାମ ଓଜନର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଶିଶୁକନ୍ୟା ବିଷୟରେ ଜିଲା ସିଡବ୍ଲ୍ୟୁସି ଓ ଶିଶୁ ସୁରକ୍ଷା ସମ୍ଭାଗକୁ ଅବଗତ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking