21.1 C
Bhubaneswar
Friday, December 27, 2024
Homeଅପରାଧପୁଣି ମନ୍ଦିରରୁ ଚୋରି

ପୁଣି ମନ୍ଦିରରୁ ଚୋରି

କଟକ : ପୁଣି ମନ୍ଦିରରୁ ଚୋରି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମରେ ମା ମହାଶ୍ୟାମଳା ଏବଂ ଅଭିରାମ ପରମହଂସଙ୍କ ମନ୍ଦିରରେ ଚୋରି ହୋଇଛି । ରବିବାର ବିଳମ୍ବିତ ରାତିରେ ଦୁଇଟି ମନ୍ଦିରରୁ ପ୍ରାୟ ୫୦ ହଜାରରୁ ଅଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଜଣାପଡିଛି । ଦୁର୍ବୃତ୍ତମାନେ ଦୁଇଟି ମନ୍ଦିର ଫାଟକର ତାଲା ଭାଙ୍ଗି ମନ୍ଦିର ଭିତରେ ଥିବା ଘଣ୍ଟ , ଘଣ୍ଟି ବିଭିନ୍ନ ଧାତବ ଦ୍ରବ୍ୟ ସହିତ ମନ୍ଦିରରେ ଥିବା ଦାନ ବାକ୍ସ ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ତେବେ ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତିଗିରିଆ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking