19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଅନନ୍ତଙ୍କ ହାତ ଧରିଲେ ରାଧିକା

ଅନନ୍ତଙ୍କ ହାତ ଧରିଲେ ରାଧିକା

ନୂଆଦିଲ୍ଲୀ : ଦେଶର ବହୁଚର୍ଚ୍ଚିତ ଅମ୍ବାନି ପରିବାରର ବିବାହ କାର୍ୟ୍ୟକ୍ରମ ଶେଷ ହୋଇଛି। ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ବହୁ ଆଡମ୍ବର ସହ ଗତକାଲି ସମ୍ପନ୍ନ ହୋଇଛି । ଏହି ଶୁଭ ମୁହୂର୍ତ୍ତରେ ଅନନ୍ତ ଅମ୍ବାନୀଙ୍କ ହାତ ଧରିଛନ୍ତି ବାନ୍ଧବୀ ରାଧିକା ମର୍ଚ୍ଚାଣ୍ଟ। ତେବେ ଏହି ସମାରୋହରେ ଦେଶ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଛନ୍ତି। ରାଜନୀତି ଠାରୁ ଆରମ୍ଭ କରି ସିନେମା, କ୍ରୀଡା, ସଙ୍ଗୀତ ଓ ବ୍ୟବସାୟ କ୍ଷେତ୍ରର ଅନେକ ବଡ଼ ବଡ଼ ଚେହେରା ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ବାହାଘରରେ ଯୋଗ ଦେଇଥିଲେ । ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବଲିଉଡ଼ ତାରକା ଅମିତା ବଚ୍ଚନ, ସଲମନ ଖାନ, ଶାହରୁଖ ଖାନ, ହ୍ରିତିକ ରୋଶନଙ୍କ ସମେତ ବହୁ ବଲିଉଡ଼ ଓ କ୍ରିକେଟ ଜଗତର ବିଭିନ୍ନ ବଡ଼ ଚେହେରା ଏହି ବିବାହ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ମୁମ୍ବାଇର ଜିଓ ୱାର୍ଲଡ କନଭେନସନ ସେଣ୍ଟରରେ ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ କାର୍ୟ୍ୟକ୍ରମ ମହାଆଡ଼ମ୍ବରେ ଦେଶର ବହୁଚର୍ଚ୍ଚିତ ଅମ୍ବାନି ପରିବାରର ବିବାହ ସମ୍ପନ୍ନ ହୋଇଛି। ତେବେ ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ବହୁ ଆଡମ୍ବର ସହ ଗତକାଲି ସମ୍ପନ୍ନ ହୋଇଛି। ଅମ୍ବାନୀ ପରିବାରର ଏହି ବିବାହ କାର୍ୟ୍ୟକ୍ରମରେ ପ୍ରାୟ ୫୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଆକଳନ କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking