21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଅନନ୍ତ ଅମ୍ବାନୀଙ୍କ ବିବାହର ନିମନ୍ତ୍ରଣ କାର୍ଡକୁ ଦେଖିଲେ ଉଡିଯିବ ହୋସ...

ଅନନ୍ତ ଅମ୍ବାନୀଙ୍କ ବିବାହର ନିମନ୍ତ୍ରଣ କାର୍ଡକୁ ଦେଖିଲେ ଉଡିଯିବ ହୋସ…

ମୁମ୍ବାଇ : ଆସନ୍ତା ମାସ ୧୨ ତାରିଖରେ ଦେଶର ସବୁଠାରୁ ବଡ ଧନୀ ତଥା ଜିଓ ରିଲିଏନ୍ସକମ୍ପାନୀର ମାଲିକ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ। ତେବେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବାହାଘର କାର୍ଡ ମଧ୍ୟ ଛପା ସରିଛି । ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛି । କାରଣ ମୁକେଶ ଅମ୍ବାନୀ ତାଙ୍କ ସାନ ପୁଅର ବିହାଘରକୁ ସ୍ୱତନ୍ତ୍ର କରିବାକୁ ଯାଇ ଏକ ନିଆରା ବିବାହ କାର୍ଡ ତିଆରି କରିଛନ୍ତି । ବର୍ତ୍ତମାନ ଏହି କାର୍ଡର ଫଟୋ ମଧ୍ୟ ଭାଇରାଲ ହେଉଛି । ଯାହାକୁ ଦେଖିଲେ ସାଧାରଣ ଲୋକ ସହଜରେ ବିଶ୍ୱାସ କରି ପାରିବ ନାହିଁ । ତେବେ ଅନନ୍ତ ଏବଂ ରାଧିକାଙ୍କ ବିବାହ କାର୍ଡରେ ଅତିଥିମାନଙ୍କ ପାଇଁ ରହିଛି ଏକ ବିଶେଷ ଉପହାର । ଲାଲ୍ ବାକ୍ସରେ ରହିଛି ଭଗବାନ ଗଣେଶ, ରାଧା-କୃଷ୍ଣ ଏବଂ ମା’ ଦୁର୍ଗାଙ୍କର ସୁନାମୂର୍ତ୍ତି ଏବଂ ଏକ ରୂପାମନ୍ଦିର । ଏଥିସହିତ କାର୍ଡରେ ଏକ ରୂପାବାକ୍ସ ମଧ୍ୟ ରହିଛି । ବିବାହ କାର୍ଡ ଭକ୍ତି ଏବଂ ପରମ୍ପରାରେ ରହିଛି ପରିପୂର୍ଣ୍ଣ । ସେୟାର୍ ହୋଇଥିବା ଭିଡିଓରେ, ବାକ୍ସ ଖୋଲିବା ମାତ୍ରେ, ହିନ୍ଦୀର ଏକ ମନ୍ତ୍ର ବାଜୁଛି ଏବଂ କାର୍ଡରେ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦିଆଯାଇଛି । ଏହାବ୍ୟତୀତ କାର୍ଡରେ ଏକ ରୁମାଲ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଅନନ୍ତ-ରାଧିକାଙ୍କ ନାଁର ପ୍ରଥମ ଅକ୍ଷର, ‘ଏ’ ଏବଂ ‘ଆର’ ଲେଖାଯାଇଛି । ତେବେ ଅନନ୍ତ ଏବଂ ରାଧିକାଙ୍କ ବିବାହର ଗ୍ରାଣ୍ଡ ସେଲିବ୍ରେସନ କେଉଁଠି ହେବ ତାହା ଏଯାଏଁ ଜଣାପଡି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking