ଭୁବନେଶ୍ୱର: ସରକାରଙ୍କ ଜିଦଖୋର ମାନସିକତା ପାଇଁ ବିଧାନସଭା ଚାଲିପାରୁନି । ଏନେଇ ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା ସୂଚନା ଦେଇଛନ୍ତି । ଏସସବି ଘଟଣାରେ ସରକାର ଠୋସ ପଦକ୍ଷେପ ନେଉନାହାନ୍ତି ବୋଲି କହିଛନ୍ତି ସାରଦା । ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର । ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସୁପରିଟେଣ୍ଡେଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି । ଗଣତାନ୍ତ୍ରିକ ପଦ୍ଧତିରେ ଆମେ ବିରୋଧ କରୁଛୁ । ସରକାର ଜାଣିଶୁଣି ଏଭଳି କରୁଛନ୍ତି, ଯେମିତି ବିଧାନସଭା ନ ଚାଲୁ । ସୂଚନା ଥାଉକି, ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଗୋଟିଏ ଦିନ ବି ସୁରୁଖୁରୁରେ ଚାଲିପାରୁନାହିଁ । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ବାରମ୍ବାର ମୁଲତବୀ କରୁଛନ୍ତି ବାଚସ୍ପତି ସୁରମା ପାଢୀ ।










