24.1 C
Bhubaneswar
Saturday, March 21, 2026
Homeଓଡିଶାଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଶା ଶ୍ରମିକ

ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଶା ଶ୍ରମିକ

ବଲାଙ୍ଗିର: ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଶା ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ସୋଲବନ୍ଧ ଗାଁର ଗଣେଶ ଶବର। ଗଣେଶଙ୍କୁ ହତ୍ୟା କରାଯାଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ଗତ ୨୩ ତାରିଖରେ ଗଣେଶ ଦାଦନ ଖଟିବାକୁ  ଆନ୍ଧ୍ରପ୍ରଦେଶ ଯାଇଥିଲେ। ଯିବାର ଦୁଇଦିନ ପରେ ତେଲେଙ୍ଗାନା ରାଜ୍ୟର ଟୁନି ରେଲୱେ ଷ୍ଟେସନ ନିକଟରେ ଗଣେଶଙ୍କ ମୃତଦେହ ପଡ଼ିଥିବା ନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା ସ୍ଥାନୀୟ ଏଜଚ। ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ।ପୁଅକୁ ହତ୍ୟା କରାଯାଇଛି ବୋଲି  ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ପଣ୍ଡାମୁଣ୍ଡା ଗାଁର ଦୁଇଜଣ ଦାଦନ ସର୍ଦ୍ଦାର ଗଣେଶକୁ ଚାଲାଣ କରିଥିବା ଅଭିଯୋଗ କରିଛନ୍ତି।  ଅନ୍ୟପକ୍ଷରେ ପୁଅକୁ ଶେଷ ଥର ପାଇଁ ଦେଖିବାକୁ ଚାହିଁ ବସିଛି ମାଆ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking