31.1 C
Bhubaneswar
Wednesday, February 11, 2026
Homeଓଡିଶାଜନନେତାଙ୍କ ଗୋଟେ ଝଲକ ପାଇଁ ଜନତାଙ୍କ ଅସମ୍ଭବ ଭିଡ

ଜନନେତାଙ୍କ ଗୋଟେ ଝଲକ ପାଇଁ ଜନତାଙ୍କ ଅସମ୍ଭବ ଭିଡ

ନୂଆପଡ଼ା: ନିର୍ବାଚନ ଆସେ, ଯାଏ । କିନ୍ତୁ ନିଜ ନେତାଙ୍କ ପ୍ରତି ଭଲ ପାଇବା କ’ଣ, ନୀତି ନୈତିକତାର ରାଜନୀତି କ’ଣ, ଓଡ଼ିଶା ବିକାଶର ବିନ୍ଧାଣୀଙ୍କ ପ୍ରତି ସମର୍ପଣ ଭାବ କ’ଣ, ତାହା ଆଜି ନୂଆପଡ଼ାରେ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ରୋଡ଼ ଶୋ’ରେ ଆଜି ଦେଖିବାକୁ ମିଳିଛି ଅଭୂତପୂର୍ବ ଦୃଶ୍ୟ । ନବୀନଙ୍କ କ୍ରେଜ୍ କ’ଣ ତାହାର ନିଛକ ନିଦର୍ଶନର ସାକ୍ଷୀ ବନିଥିଲା ନୂଆପଡ଼ା । ଖରିଆର ରୋଡ଼, ନୂଆପଡ଼ା ବ୍ଲକ୍, ନୂଆପଡ଼ା ଏନଏସିର ଯୁଆଡ଼େ ନଜର ଯାଉଥିଲା, ସିଆଡ଼େ ହଜାର ହଜାର ଲୋକ । ପିଲା, ବୁଢ଼ା, ମହିଳା, ଯୁବ, ସମସ୍ତେ ନିଜ ପ୍ରିୟ ନେତାଙ୍କର ଗୋଟିଏ ଝଲକ ପାଇବା ପାଇଁ ସତେ ଯେପରି ପାଗଳ ହୋଇ ଉଠିଥିଲେ । ସବୁଠୁ ଅଧିକ ଉତ୍ସାହିତ ଥିଲେ ସେଠାକାର ମହିଳାମାନେ । ଆଜି ରୋଡ଼ ଶୋ’ ପାଇଁ ନିର୍ଦ୍ଧାରିତ ସମୟ ଠାରୁ ଦୁଇ ଘଣ୍ଟା ବିଳମ୍ୱ ହୋଇଥିଲା । କିନ୍ତୁ ଏହି ବିଳମ୍ୱ ଜନମାନସର ନେତାଙ୍କ ସାମାନ୍ୟ ଦୃଶ୍ୟ ଟିକିଏ ପାଇବା ପାଇଁ ନୂଆପଡ଼ାବାସୀଙ୍କୁ ବିଚଳିତ କରିପାରି ନଥିଲା । ଲୋକେ ସ୍ୱତଃପ୍ରବୃତ ଭାବେ ଧାଇଁ ଆସିଥିଲେ ନବୀନ ବାବୁଙ୍କୁ ସମର୍ଥନ ଜଣାଇବା ପାଇଁ । ସେ କରି ଯାଇଥିବା ବିକାଶ କାର୍ଯ୍ୟର ପ୍ରତିଦାନ ପ୍ରତି ସମ୍ମାନ ଜଣାଇଥିଲେ ନୂଆପଡ଼ାବାସୀ । ସ୍ୱଭାବ ସୁଲଭ ଢ଼ଙ୍ଗରେ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିବା ନବୀନ ବାବୁଙ୍କୁ ଦେଖିବା ପାଇଁ ଲୋକେ ସତେ ଯେପରି ପାଗଳ ପାଲଟି ଯାଇଥିଲେ । ଆଜିର ଏହି ଦୃଶ୍ୟ ବୟାନ କରୁଥିଲା ବିଜେପିର ବଢ଼ି ଯାଇଥିବା ହୃଦସ୍ପନ୍ଦନର ଚିତ୍ର ।

ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନ ୧୨ଟା ୩୦ରେ ଖରିଆର ରୋଡ଼ ଥାନା ନିକଟସ୍ଥ ପଡ଼ିଆରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ସ୍ୱତନ୍ତ୍ର ବସରେ ବସି ରୋଡ଼ ଶୋ’ ଆରମ୍ଭ କରିଥିଲେ । ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ବିଜେଡିର ବରିଷ୍ଠ ନେତାମାନେ ନବୀନଙ୍କୁ ପାଛୋଟି ନେଇଥିଲେ । ପ୍ରଥମେ ଖରିଆର ରୋଡ଼ ଏନଏସି, ପରେ ନୂଆପଡ଼ା ଏନଏସିରେ ରୋଡ଼ ଶୋ’ ପହଞ୍ଚିଥିଲା । ଦୁଇ ଏନଏସିର ବିଭିନ୍ନ ସ୍ଥାନରେ ବହୁ ସମୟ ପର୍ଯ୍ୟନ୍ତ ଲୋକେ ନବୀନଙ୍କୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ । ଉଭୟ ଏନଏସିରେ ପ୍ରାୟ ୨୫ ହଜାର ଲୋକ ସମବେତ ହୋଇଥିଲେ । ରାସ୍ତାର ଉଭୟ ପାଶ୍ୱର୍ ଠାରୁ ନେଇ ଛାତ ଉପରେ, ପଡ଼ିଆରେ, ଝରକାରେ, ଦୋକାନ ବାହାରେ ନବୀନଙ୍କୁ ଦେଖିବା ପାଇଁ ଆତୁର ନୟନ ଅପେକ୍ଷା କରି ରହିଥିଲା । ସବୁଠି ଭିନ୍ନ ଏକ ପରିବେଶ, ନିଆରା ଏକ ଦୃଶ୍ୟ ।

ଖରିଆର ରୋଡ଼ ଏନଏସିର ଡାଗାଛକ, ବିଜୁ ପଟ୍ଟନାୟକ ଛକ ଓ ଲଖମାନିଆ ପେଟ୍ରୋଲ ପମ୍ପ ଛକରେ ଉପସ୍ଥିତ ଜନତାଙ୍କୁ ନବୀନ ସମ୍ୱୋଧିତ କରି ବିଜେଡି ସପକ୍ଷରେ ଭୋଟ ନିବେଦନ କରିଥିଲେ । ଏହା ପରେ ନୂଆପଡ଼ା ଏନଏସିର ସୂର୍ଯ୍ୟନଗର ଛକ, ଗାୟତ୍ରୀ ମନ୍ଦିର ଛକ ଏବଂ ଏକତା ଛକରେ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇଥିଲେ । ଏହି ବିଶାଳ ରୋଡ ଶୋ’ରେ ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାସ, ସନ୍ତୃପ୍ତ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଅତନୁ ସାବ୍ୟସାଚୀ ନାୟକ, ଦେବୀ ରଞ୍ଜନ ତ୍ରିପାଠୀ, ପ୍ରୀତି ରଞ୍ଜନ ଘଢେଇ, ହିମାଂଶୁ ବେହେରା, ଆଦମ୍ ଖାନ, ସୁବାସ ପଣ୍ଡା, ଦୀପିକ ଦୀପ, ଭୀଷ୍ମଦେବ ସରଫ, ପ୍ରଦୁ୍ୟମ୍ନ ତ୍ରିପାଠୀ, ସୁଦାମ ମାରାଣ୍ଡି, ରାଧାରାଣୀ ପଣ୍ଡା, ଆୟୁବ୍ ଖାନ, ରଘୁନାଥ ସାହୁ, ସୁବାଶ ପଣ୍ଡା, ପ୍ରମିଳା ମଲ୍ଲିକ, ଟୁକୁନୀ ସାହୁ, ସ୍ନେହାଙ୍ଗିନୀ ଛୁରିଆ, ଅଧିରାଜ ପାଣିଗ୍ରାହୀ, ଅବନୀ ରଞ୍ଜନ୍ ଜୋଷୀ, ରାଜେଶ ନିଗମ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ଦୀପାଳୀ ଦାସ, ସ୍ୱରୂପ ଦାସ, ବର୍ଷା ସିଂହ ବରିହା, ଶାରଦା ନାୟକ, ରିତା ସାହୁ, ପ୍ରଶାନ୍ତ ସେଠୀ, ଗୌତମବୁଦ୍ଧ ଦାସ, ତୁଷାରକାନ୍ତି ବେହେରା, ଶ୍ରୀକାନ୍ତ ସାହୁ, ରମେଶ ମାଝୀ, ରାଜେନ୍ଦ୍ର ସାହୁ, ଗଣେଶ୍ୱର ବେହେରା, ଅନନ୍ତ ନାରାୟଣ ଜେନା, ରୁଦ୍ର ମହାରଥୀ, ମନ୍ମଥ ରାଉତରାୟ, ଅଲକା ମହାନ୍ତି, ସୁବାସ ସିଂହ, ମୁନା ଖାନ, ରାଜେନ୍ଦ୍ର୍ର ପ୍ରତାପ ସ୍ୱାଇଁ, କଳିକେଶ୍ ସିଂହଦେଓ, ଦେବେଶ ଆଚାର୍ଯ୍ୟ, ମାନସ ମନ୍ଧାନୀ, ରୋହିତ ପୂଜାରୀ ଓ ବିଜୟ ନାୟକ ପ୍ରମୁଖ ସାମିଲ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking