ଗୁଜୁରାଟ: ଡାଉସା ଜିଲ୍ଲାର ଏକ ବିବାହ ସ୍ଥାନରେ କିଛି କଥା କୁ ନେଇ ଯୁକ୍ତି ତର୍କ ହୋଇଥିଲା ।ଏହା ପରେ ବ୍ୟକ୍ତି ଜଣଙ୍କ ସେଠାରେ ଥିବା ୯ ଜଣ ଲୋକଙ୍କ ଉପରେ ତାଙ୍କ କାର ଚଢେଇ ଦେଇଥିଲେ । ଏହି ଘଟଣା ଲଡପୁରା ଗ୍ରାମରେ ଘଟିଛି। ଅଭିଯୁକ୍ତ ଜଣଙ୍କ ବିବାହ ଶୋଭାଯାତ୍ରାର ଯୋଗ ଦେଇଥିଲେ ବରର ଭାଇଙ୍କ ସହ ଯୁକ୍ତି କରିଥିଲେ ପରେ ଯୁକ୍ତିତର୍କ ଅଧିକ ବଢିଥିବା ବେଳେ ସେ ଏପରି ଘଟଣା ଘଟେଇ ଥିବାର ପୋଲିସ ସୂଚନା ଦେଇଛନ୍ତି । ଏହା ପରେ ଅଭିଯୁକ୍ତ ଜଣଙ୍କ ନଅ ଜଣ ଙ୍କ ଉପରେ କାର ଚଢେଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇ ଜୟପୁରର ଏସଏମଏସ ହସ୍ପିଟାଲକୁ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତେବେ ଅଭିଯୁକ୍ତ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବାର ପୋଲିସ କହିଛି ।