21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶପାଣି ଟାଙ୍କିକୁ ଡେଇଁ ଜୀବନ ହାରିଲେ ବୃଦ୍ଧ ଦମ୍ପତି

ପାଣି ଟାଙ୍କିକୁ ଡେଇଁ ଜୀବନ ହାରିଲେ ବୃଦ୍ଧ ଦମ୍ପତି

ନୂଆଦିଲ୍ଲୀ: ରାଜସ୍ଥାନର ନାଗେର ସହରର କରଣି କଲୋନିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ବୃଦ୍ଧ ଦମ୍ପତି ପାଣି ଟାଙ୍କି ଭିତରକୁ ଡେଇଁ ଜୀବନ ହାରି ଦେଇଛନ୍ତି। ମୃତ ଦମ୍ପତିଙ୍କ ନାମ ହଜାରିରାମ ଓ ଚାବଲି ଥିବା ଜଣାପଡ଼ିଛି। ହଜାରିରାମ ଓ ଚାବଲି ଦମ୍ପତି ଅନେକ ସମୟ ଧରି ଘରୁ ବାହାରି ନଥିଲେ। ଏହାଦେଖି ପଡ଼ିଶାଲୋକଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ପଡ଼ିଶାଲୋକ ବୃଦ୍ଧ ଦମ୍ପତିଙ୍କ ପୁଅକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଅ କୋତବାଲି ଥାନା ପୁଲିସକୁ ସୂଚନା ଦେବା ପରେ ପୁଲିସ ବୃଦ୍ଧ ଦମ୍ପତିଙ୍କ ଘରେ ପହଞ୍ଚିଥିଲା। ଘର କବାଟ ଭାଙ୍ଗି ଭିତରକୁ ପଶିଲା ବେଳକୁ ପାଣିଟାଙ୍କିର ଢ଼ାଙ୍କୁଣି ଖୋଲା ଥିଲା। ଆଉ ତା’ ଭିତରେ ଦୁଇଟି ମୃତଦେହ ଭାସୁଥିଲା। ଏଥିସହିତ ଘର କାନ୍ଥରେ ଏକ ସୁଇସାଇଡ ନୋଟ ମଧ୍ୟ ଅଠା ଲଗାଯାଇ ଛପା ଯାଇଥିଲା। ଯାହାକୁ ପୁଲିସ ଜବତ କରି ଯାଞ୍ଚ ଆରମ୍ଭ କରିଛି। ଏହି ସୁଇସାଇଡ ନୋଟରେ ଲେଖାଥିଲା, କିଛି ପାରିବାରିକ ଓ ସମ୍ପତ୍ତି ବିବାଦ ପାଇଁ ଆମେ ଜୀବନ ହାରିବା ପାଇଁ ବାଧ୍ୟ ହେଉଛି। କିଛି ସମ୍ପର୍କୀୟ ମାନସିକ ଚାପ ଦେଉଥିବାରୁ ଜୀବନ ହାରିବାର ନିଷ୍ପତ୍ତି ନେଇଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking