33.1 C
Bhubaneswar
Saturday, March 28, 2026
Homeଓଡିଶାଓଡ଼ିଶା ପୁଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶା ପୁଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ରାଜ୍ୟରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଅପରାଧିକ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲାର ଏସପି ନିଜ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନୂତନ ଅପରାଧିକ ଆଇନ ଲାଗୁ ହେବା ପରେ ଏହାର ବିଭିନ୍ନ ଦିଗ, କାର୍ଯ୍ୟକାରିତା, ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ସଂକ୍ରାନ୍ତରେ ଜନ ସାଧାରଣ ଅବଗତ ରହିବା ଆବଶ୍ୟକ । ଏହାକୁ ଦୃଷ୍ଟିରେ ରଖି ଓଡିଶା ପୋଲିସ ପକ୍ଷରୁ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।

ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, କଲେଜ ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ବଜାର ସଂଘର ସଦସ୍ୟମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ସହ ଆଇନଗତ ଢାଞ୍ଚାବୁଝିବାରେ ଗଭୀର ଆଗ୍ରହ ଏବଂ ଉତ୍ସାହ ପ୍ରଦର୍ଶନ କରୁଥିବାର ପରିଲକ୍ଷିତ ହେଉଛି। ବରିଷ୍ଠ ପୋଲିସ ଅଧିକାରୀ ଏବଂ ଆଇନ ବିଶେଷଜ୍ଞମାନେ ନୂତନ ଆଇନ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବା ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ନୂତନ ଆଇନର ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରୁଛନ୍ତି । ନୂତନ ଆଇନର ବ୍ୟବହାରକୁ ନେଇ ସାଧାରଣ ଲୋକଙ୍କ ମନ ମଧ୍ୟରେ ଆସୁଥିବା ବିଭିନ୍ନ ପ୍ରଶ୍ନ ଏବଂ ଏହାର ଉତ୍ତର ସଂକ୍ରାନ୍ତରେ ମଧ୍ୟ ବ୍ୟାପକ ବିଚାରବିମର୍ଶ କରୁଥିବା ପରିଲକ୍ଷିତ ହେଉଛି। ଏଭଳି ପଦକ୍ଷେପ ସାଧାରଣ ଜନତାମାନଙ୍କ ନ୍ୟାୟ ବ୍ୟବସ୍ଥା ସଂକ୍ରାନ୍ତରେ ଜ୍ଞାନ ଆହରଣ ବୃଦ୍ଧି ହେବା ସହ ନୂତନ ଆଇନକୁ ଲୋକଭିମୁଖୀ କରିବାରେ ସହାୟକ ହୋଇପାରିବ ବୋଲି ଆଶାବ୍ୟକ୍ତ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking