30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶକାମର ଚାପରେ ଅସହ୍ୟ ହୋଇ ଜୀବନ ଜାରିଲେ ଫାଇନାନ୍ସର କମ୍ପାନୀର ଏରିଆ ମ୍ୟାନେଜର

କାମର ଚାପରେ ଅସହ୍ୟ ହୋଇ ଜୀବନ ଜାରିଲେ ଫାଇନାନ୍ସର କମ୍ପାନୀର ଏରିଆ ମ୍ୟାନେଜର

ଲକ୍ଷ୍ନୌ: ଜୀବନ ହାରିଲେ କାମର ଚାପ ପାଇଁ ୪୫ଦିନ ଯାଏ ଶୋଇନଥିବା ତରୁଣ ସକ୍ସେନା । ବଜାଜ ଫାଇନାନ୍ସରେ କାମ କରୁଥିଲେ ତରୁଣ। ବଜାଜ ଫାଇନାନ୍ସ ରେ ଆଞ୍ଚଳିକ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିବା ୪୨ବର୍ଷ ବୟସ୍କ ତରୁଣ ଉତ୍ତରପ୍ରଦେଶର ଝାନସିରେ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତରୁଣ ସକ୍ସେନା ସୁଇସାଇଡ ନୋଟରେ ଲେଖିଛନ୍ତି ଯେ, ତାଙ୍କ ଅଫିସର ବରିଷ୍ଠ କର୍ମଚାରୀମାନେ ଗତ ଦୁଇମାସ ଧରି ଟାର୍ଗେଟ ପୂରଣ କରିବାକୁ ଚାପ ପକାଉଥିଲେ ଏବଂ ଦରମା କାଟିଦିଆଯିବ ବୋଲି ଧମକ ଦେଉଥିଲେ। ତେବେ ବଜାଜ ଫାଇନାନ୍ସ ଏପର୍ଯ୍ୟନ୍ତ ଏହି ଅଭିଯୋଗର ଜବାବ ଦେଇନାହିଁ। ସୂଚନା ମୁତାବକ, ତରୁଣ ନିଜ ମାତାପିତା, ପତ୍ନୀ ମେଘା ଓ ୨ସନ୍ତାନ ଯଥାର୍ଥ ଏବଂ ପିହୁଙ୍କ ସହ ରହୁଥିଲେ। ରବିବାର ସେ ସମସ୍ତଙ୍କୁ ଗୋଟାଏ ରୁମରେ ଚାବି ପକାଇ ରଖିବା ସହ ଅନ୍ୟ ରୁମରେ ଜୀବନ ହାରିଥିଲେ।

ସକାଳେ ଘରର ଗୃହ ସହାୟିକା ଆସିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଖବର ଦିଆଯିବା ପରେ ତରୁଣଙ୍କ ଘରେ ପହଞ୍ଚିଥିଲା ପୁଲିସ। ତରୁଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ବେଳେ ରୁମରୁ ଏକ ସୁଇସାଇଡ ନୋଟ ମିଳିଥିଲା। ସୁଇସାଇଡ ନୋଟରେ ତରୁଣ ଲେଖିଥିଲେ ଯେ, “ଋଣ ନେଇଥିବା ଲୋକଙ୍କଠାରୁ ଟଙ୍କା ଆଣିବା ପାଇଁ ମୋତେ ଟାର୍ଗେଟ ଦିଆଯାଇଥିଲା। ଅନେକ ଚେଷ୍ଟା ପରେ ବି ଟାର୍ଗେଟ ପୂରଣ ନକରିପାରିବାରୁ ମୋ ବରିଷ୍ଠ କର୍ମଚାରୀ ମୋତେ ଧମକ ଦେବା ଆରମ୍ଭ କରିଥିଲେ। ଟାର୍ଗେଟ ପୂରଣ କର, ନହେଲେ ଚାକିରି ଛାଡ଼ ବୋଲି ସେମାନେ କହୁଥିଲେ। ୪୫ ଦିନ ହେଲାଣି ମୁଁ ଖାଇପାରୁନଥିଲି କି ଶୋଇପାରୁନଥିଲି। ଏବେ ମୁଁ ମୋର ଭାବିବା ଶକ୍ତି ହରାଇ ବସିଛି। ତେଣୁ ଏଭଳି ପଦକ୍ଷେପ ନେଉଛି। ପିଲାମାନଙ୍କ ସ୍କୁଲ ଫି’ ଏବର୍ଷ ଶେଷ ପର୍ଯ୍ୟନ୍ତ ଭରି ଦେଇଛି। ଆଗକୁ ତୁମେ ସମ୍ଭାଳିବ ମେଘା। ମୁଁ ଚାଲିଯାଉଛି।” ଏଭଳି ଲେଖି ‌ସେ ବଜାଜ ଫାଇନାନ୍ସର ବରିଷ୍ଠ କର୍ମଚାରୀଙ୍କ ନାମ ମଧ୍ୟ ଲେଖିଛନ୍ତି, ଯେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking