22.1 C
Bhubaneswar
Friday, December 26, 2025
Homeଦେଶ ବିଦେଶପାରୋଲରେ ଆସି ସାଂସଦ ଭାବେ ଶପଥ ନେଲେ ଅମୃତପାଲ ଓ ଇଞ୍ଜିନିୟର ରଶିଦ

ପାରୋଲରେ ଆସି ସାଂସଦ ଭାବେ ଶପଥ ନେଲେ ଅମୃତପାଲ ଓ ଇଞ୍ଜିନିୟର ରଶିଦ

ନୂଆଦିଲ୍ଲୀ: ଜେଲ୍‌ରେ ଥିବା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ଓ କାଶ୍ମୀରର ଶ୍ରମିକ ନେତା ଶେଖ୍ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶିଦ୍ ପାରୋଲରେ ଆଜି ଲୋକସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ପାର୍ଲାମେଣ୍ଟ କମ୍ପେ୍ଲକ୍ସରେ ଉଭୟଙ୍କ ଶପଥ ଗ୍ରହଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ପ୍ରକାଶ, ଟେରର ପଣ୍ଡିଂ ମାମଲାରେ ୨୦୧୯ରୁ ଇଞ୍ଜିନିୟର ରଶିଦ୍ ତିହାର ଜେଲରେ ଓ ଅମୃତପାଲ ସିଂହ ସିଂହ ଆସାମର ଦିବ୍ରୁଗଡ଼ ଜେଲରେ ଦିନ କାଟୁଛନ୍ତି । ଉଭୟଙ୍କ ବିରୋଧରେ ଏନ୍‌ଏସ୍‌ଏ ଆଇନ୍ ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ତେବେ ଏହି ୨ ଜଣ ଜେଲ୍‌ରେ ଥାଇ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ଉଭୟ ବିଜୟୀ ମଧ୍ୟ ହୋଇଛନ୍ତି । ଉଭୟଙ୍କୁ ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ପାର୍ଲାମେଣ୍ଟ କମ୍ପେ୍ଲକ୍ସକୁ ଅଣା ଯାଇଥିଲା । ଏହାପରେ କାଗଜପତ୍ର କାମ ହୋଇଥିଲା । ଶେଷରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚ୍ୟାମ୍ବରରେ ଉଭୟ ଶପଥ ନେଇଥିଲେ । ପ୍ରକାଶ, ୩୧ ବର୍ଷୀୟ ଅମୃତପାଲ ପଞ୍ଜାବର ଖାଦୁର ସାହିବ ଓ ଇଞ୍ଜିନିୟର ରଶିଦ ଜମ୍ମୁ-କଶ୍ମୀରର ବାରମୁଲ୍ଲା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜିତିଥିଲେ । ତେବେ ଉଭୟଙ୍କ ସାଂସଦ ଭାବେ ଶପଥଗ୍ରହଣକୁ ନେଇ ସାମାନ୍ୟ ସଂଶୟ ରହିଥିଲା । ଶପଥ ପାଠ ପାଇଁ ଇଞ୍ଜିନିୟର ରଶିଦ୍‌ଙ୍କୁ ମାତ୍ର ୨ ଘଣ୍ଟା ଓ ଅମୃତପାଲ ସିଂହଙ୍କୁ ୪ ଦିନର ପାରୋଲ ମିଳିଥିଲା । ଏହା ଅସ୍ଥାୟୀ ପାରୋଲ ହୋଇଥିବାରୁ କୋର୍ଟ ଉଭୟଙ୍କୁ ମିଡିଆ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଉଭୟଙ୍କ ନିଜ ନିଜ ପରିବାର ଲୋକଙ୍କ ସହ ମଧ୍ୟ ସାକ୍ଷାତ କରିବାକୁ କିଛି ସମୟର ସୁଯୋଗ ଦିଆଯାଇଥିଲା । ଉଭୟ ଆଜି ଶପଥ ପାଠ କରିବା ପରେ ଇଞ୍ଜିନିୟର ରଶିଦ୍ ଜେଲ୍ ଫେରିଯାଇଥିବା ସୂଚନା ମିଳିଛି । ଅମୃତପାଲ୍‌ଙ୍କୁ ମଧ୍ୟ ସୋମବାର ଦିନ ଜେଲ୍‌ରେ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking