23.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ ହେବନି ଅମୃତ ସ୍ନାନ

ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ ହେବନି ଅମୃତ ସ୍ନାନ

ପ୍ରୟାଗରାଜ: ମହାକୁମ୍ଭରେ ଆଉ ୨ଟି ସ୍ନାନ ରହିଛି, ତାହା ହେଉଛି ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀ। କିନ୍ତୁ ଏହି ଦୁଇଦିନ ଅମୃତ ସ୍ନାନ ହେବ ନାହିଁ। ଏହି କାରଣରୁ ଏବେଠାରୁ ନାଗାସାଧୁମାନେ ବାରାଣାସୀ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ପ୍ରକାଶ, ମହାକୁମ୍ଭ ମେଳା ଆସନ୍ତା ୨୬ ତାରିଖ ମହାଶିବରାତ୍ରୀ ଅବସରରେ ସମାପ୍ତ ହେବ। ମହାକୁମ୍ଭ ମେଳା ଗ୍ରହ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆୟୋଜନ କରାଯାଏ । ମୁଖ୍ୟତଃ ସୂର୍ଯ୍ୟ ମକର ରାଶିରେ ଥିବା ବେଳେ ବୃହସ୍ପତି ବୃଷ ରାଶିରେ ଥିବା ବେଳେ ସ୍ନାନକୁ ଅମୃତ ସ୍ନାନ ବୋଲି ବିବେଚନା କରାଯାଏ । ସେହି ଅନୁଯାୟୀ ମକର ସଂକ୍ରାନ୍ତି, ମୌନି ଅମାବାସ୍ୟା ଓ ବସନ୍ତ ପଞ୍ଚମୀରେ ଶୁଭ ସମାବେଶ ଅନୁଷ୍ଠିତ ହେଉଥିବାରୁ ଏହି ତିଥିରେ ଅମୃତ ସ୍ନାନ କରାଯାଇଥିଲା। କିନ୍ତୁ ମାଘ ପୂର୍ଣ୍ଣିମା ଦିନ ବୃହସ୍ପତି ବୃଷ ରାଶିରେ ରହିବେ, କିନ୍ତୁ ସୂର୍ଯ୍ୟ କୁମ୍ଭ ରାଶିକୁ ଚାଲିଯିବେ। ଏହାବ୍ୟତୀତ ମହାଶିବରାତ୍ରୀରେ ସୂର୍ଯ୍ୟ ମଧ୍ୟ କୁମ୍ଭ ରାଶିରେ ରହିବେ, ତେଣୁ ଏହି ଦିନ ସ୍ନାନକୁ ଅମୃତ ସ୍ନାନ ଭାବେ ବିବେଚନା କରାଯିବ ନାହିଁ। ଏସବୁ ସତ୍ତ୍ୱେ ମାଘ ପୂର୍ଣ୍ଣିମା ଓ ମହାଶିବରାତ୍ରୀରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି ଦୁଇ ତିଥିରେ ପବିତ୍ର ସଙ୍ଗମସ୍ଥଳରେ ସ୍ନାନ କଲେ ବିଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking