ଭୁବନେଶ୍ୱର: ସ୍ଥଗିତ ହେଲା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ । ଆସନ୍ତାକାଲି ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବାର ଥିଲା । କେନ୍ଦ୍ର ଗୃହ ମନତ୍ରୀ ଓଡିଶା ଆସି ବିଭିନ୍ନ କାଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । ବିଶେଷ କରି ଭୁବନେଶ୍ୱର ରେ କାଯ୍ୟକ୍ରମ ରହିଥିଲା । ଏହାରି ପୂର୍ୱରୁ ସମ୍ବଲପୁରର ଦୁଇଦିନିଆ ଗସ୍ତ ବାତିଲ ହୋଇ ଦିନିକିଆ କରାଯାଇଥିଲା । ସୂଚନା ଅନୁସାରେ ଜାନୁଆରୀ ୨ କିମ୍ବା ୩ ତାରିଖରେ ଓଡିଶା ଆସିପାରନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ।