26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶବିରୋଧୀଙ୍କୁ ଅମିତ୍ ଶାହଙ୍କ ତାତ୍ସଲ୍ୟ

ବିରୋଧୀଙ୍କୁ ଅମିତ୍ ଶାହଙ୍କ ତାତ୍ସଲ୍ୟ

ନୂଆଦିଲ୍ଲୀ: ସୋମବାର ସଂସଦରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ‘ଅପରେସନ ସିନ୍ଦୂର’ ଉପରେ ଉଷ୍ମ ବିତର୍କ ମଧ୍ୟରେ ବିରୋଧୀଙ୍କୁ ତୀବ୍ର ଭର୍ତ୍ସନା ତଥା ସମାଲୋଚନା କରିଛନ୍ତି । କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଲୋକସଭାରେ ଉପସ୍ଥିତ ରହି ଅପରେସନ୍ ସିନ୍ଦୂର’ ପ୍ରସଙ୍ଗରେ କହିବା ସମୟରେ ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ କରିଥିଲେ । ଜୟଶଙ୍କର ପ୍ରତିଶ୍ରୁତି ଦେବାକୁ ଯାଇ କହିଥିଲେ ଯେ, ପାକିସ୍ତାନ ସହ ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ । କିନ୍ତୁ ବିରୋଧୀ ସାଂସଦମାନେ କହିଥିଲେ ଭାରତୀୟ ବିଦେଶ ମନ୍ତ୍ରୀଙ୍କ କଥା ଉପରେ ସେମାନଙ୍କ ବିଶ୍ୱାସ ନାହିଁ । ଏହାକୁ ନେଇ ଗୃହରେ ଉପସ୍ଥିତ ଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଛିଡା ହୋଇପଡିଥିଲେ ଏବଂ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଥିଲେ ।

ଶାହ କହିଥିଲେ ଯେ, ଏହିପ୍ରକାର ଆଚରଣ ଯୋଗୁ ଆଜି ବିରୋଧୀ ଆସନରେ ବସିଛ । ଯଦି ଏସବୁକୁ ନଛାଡିବ ତେବେ ଆହୁରି ୨୦ ବର୍ଷ ଏହିପରି ବିରୋଧୀ ଆସନରେ ବସିରହିବ । ବିରୋଧୀ ସାଂସଦକୁ ତାତ୍ସଲ୍ୟ କରି ଶାହ କହିଛନ୍ତି ଯେ, ନିଜ ଦେଶର ସେନା ଉପରେ ବିଶ୍ୱାସ ନାହିଁ, ନିଜ ଦେଶର ବିଦେଶ ମନ୍ତ୍ରୀଙ୍କ କଥା ଉପରେ ବିଶ୍ୱାସ ନାହିଁ, କିନ୍ତୁ ଜଣେ ବାହାର ଦେଶର ନେତା କିଏ କ’ଣ କହୁଛି ସେସବୁକୁ ବିଶ୍ୱାସ କରୁଛ । ଜୟଶଙ୍କର ଆଜି ଗୃହରେ ପୁନରାବୃତ୍ତି କରିଥିଲେ ଯେ ଭାରତ ସିନ୍ଦୂର ଅପରେସନ ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଏବଂ ଜମ୍ମୁ ଓ କାଶ୍ମୀରରେ ପାକିସ୍ତାନର ଅବୈଧ ଦଖଲ ଉପରେ ସମାଧାନ ପାଇଁ ସାହାଯ୍ୟ କରିବା ପାଇଁ ତାଙ୍କ ପ୍ରସ୍ତାବକୁ ଭାରତ ଖଣ୍ଡନ କରିସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟ୍ରମ୍ପ୍‌ଙ୍କ ମଧ୍ୟରେ ଏପ୍ରିଲ ୨୨ (ପହଲଗାମ ଆତଙ୍କବାଦୀ ଆକ୍ରମଣ) ଏବଂ ଜୁନ ୧୭ (ଅସ୍ତ୍ରବିରତି ଘୋଷଣା ତାରିଖ) ମଧ୍ୟରେ କୌଣସି ଫୋନ୍ ହୋଇନଥିଲା ବୋଲି ଶ୍ରୀ ଜୟଶଙ୍କର କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking