ପ୍ରୟାଗରାଜ: ପ୍ରୟାଗରାଜରେ ମହାକୁମ୍ଭରେ ବୁଡ ପକାଇଲେ ସ୍ୱରାଷ୍ଟ୍ର ଅମିତ ଶାହ । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି । ଗଙ୍ଗା , ଯମୁନା ଏବଂ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ବୁଡ ପକାଇଛନ୍ତି । ସେ ତାଙ୍କ ଏକ୍ସରେ ଲେଖିଛନ୍ତି ଯେ, “ସନାତନ ଧର୍ମର ମହାନ ସମାବେଶ ସମଗ୍ର ବିଶ୍ୱକୁ ସମାନତା ବାର୍ତ୍ତା ଦେଇଥାଏ । ମହାକୁମ୍ଭ କେବଳ ତୀର୍ଥସ୍ଥାନ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଏବଂ ଜ୍ଞାନ ପରମ୍ପରାର ଏକ ମିଳନ ଅଟେ । ମୁଁ ପ୍ରୟାଗର ମହାକୁମ୍ଭରେ ସ୍ନାନ କରି ପୂଜାପାଠ କରିବା ସହ ସମ୍ମାନିତ ସାଧୁମାନଙ୍କୁ ଭେଟିବାକୁ ଉତ୍ସାହିତ ଅଛି । ”