18.1 C
Bhubaneswar
Monday, December 15, 2025
Homeଦେଶ ବିଦେଶଆତଙ୍କୀଙ୍କୁ ଧରିବାରେ ସହଯୋଗ କରିବ ଆମେରିକା

ଆତଙ୍କୀଙ୍କୁ ଧରିବାରେ ସହଯୋଗ କରିବ ଆମେରିକା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବହୁମାତ୍ରାରେ ସମର୍ଥନ ମିଳୁଛି। ଏହିକ୍ରମରେ ଆମେରିକା ଏକ ବଡ଼ ଘୋଷଣା କରିଛି। ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀମାନଙ୍କୁ ଧରିବାରେ ଭାରତକୁ ପୂର୍ଣ୍ଣ ସହଯୋଗ କରିବ ବୋଲି ଆମେରିକା କହିଛି।

ଟ୍ରମ୍ପ ପ୍ରଶାସନରେ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦେଶକ ଥିବା ତୁଳସୀ ଗବ।।ର୍ଡ ଏହି ଘୋଷଣା କରିଛନ୍ତି। ପହଲଗାମ୍ ଆକ୍ରମଣକୁ ସେ କଡ଼ା ଶବ୍ଦରେ ନିନ୍ଦା କରିବା ସହିତ ଭାରତୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ତୁଳସୀ ନିଜ ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି, ଏହି ଭୟାବହ ଇସ୍‌ଲାମିକ ଆତଙ୍କୀ ଆକ୍ରମଣ ପରେ ଆମେ ଭାରତ ସହିତ ଛିଡ଼ା ହୋଇଛୁ। ଯେଉଁମାନେ ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଆମେ ଆପଣଙ୍କ ସହିତ ରହିଛୁ ଏବଂ ଏହି ଗଘନ୍ୟ ଆକ୍ରମଣ ପାଇଁ ଦାୟୀ ଆତଙ୍କୀଙ୍କୁ ଧରିବାରେ ଭାରତକୁ ସହଯୋଗ କରିବୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking