19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶବିଦେଶୀ ନାଗରିକଙ୍କୁ ପୁଣି ଧମକାଇଲା ଆମେରିକା

ବିଦେଶୀ ନାଗରିକଙ୍କୁ ପୁଣି ଧମକାଇଲା ଆମେରିକା

ୱାଶିଂଟନ୍‌: ପ୍ରବାସୀ ନାଗରିକଙ୍କ ପରିପ୍ରେକ୍ଷୀରେ ଆମେରିକାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ପକ୍ଷରୁ ବିଦେଶୀ ନାଗରିକଙ୍କ ଉଦ୍ଦେଶ୍ୟରେ ଏକ ୩୦ ଦିନିଆ ଚେତାବନୀ ଜାରି କରାଯାଇଛି। ଏଥିରେ ବିଦେଶୀ ନାଗରିକଙ୍କୁ ଏହି ୩୦ ଦିନ ମଧ୍ୟରେ ନିଜକୁ ନିଜେ ଦେଶାନ୍ତର ହେବାକୁ ପଡ଼ିବ। ଅର୍ଥାତ୍ ଆମେରିକା ଛାଡି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଯିବାକୁ ହେବ। ଯଦି ୩୦ ଦିନରୁ ଅଧିକ ସମୟ ପାଇଁ ଆମେରିକାରେ ରହିବାକୁ ପଡେ ତେବେ ଆମେରିକା ସରକାରଙ୍କ ନିକଟରେ ଆଇନ୍‌ଗତ ଭାବେ ପଞ୍ଜୀକରଣ କରିବାକୁ ହେବ।

ଏଥିରେ ଖିଲାପି ହେଲେ ଜରିମାନା (୧,୦୦୦-୫,୦୦୦ ଆମେରିକୀୟ ଡଲାର (ପ୍ରାୟ ୮୬,୦୯୬ ରୁ ୪.୩୦ ଲକ୍ଷ ଟଙ୍କା)) କିମ୍ବା ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଡିଏଚ୍‌ଏସ୍ ଧମକ ଦେଇଛି। ଏତଦ୍‌ବ୍ୟତୀତ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ନିଜକୁ ଦେଶାନ୍ତର ନକଲେ ନିୟମ ଅନୁସାରେ ଦଣ୍ଡିତ ହେବାକୁ ପ୍ରସ୍ତୁତ ରହିବାକୁ ମଧ୍ୟ ଡିଏଚ୍‌ଏସ୍ ଚେତାବନୀ ଜାରି କରିଛି। ଡିଏଚ୍‌ଏସ୍ ଚେତାବନୀ ଦେଇଛି ଯେ ଯଦି ବିଦେଶୀ ନାଗରିକମାନେ ପଞ୍ଜିକରଣ କିମ୍ବା ଆତ୍ମ-ନିର୍ବାସନ (ସେଲ୍‌ଫ୍ ଡିପୋର୍ଟ) ନ କରନ୍ତି ତେବେ ସେମାନଙ୍କୁ “କୌଣସି ପୂର୍ବ ବ୍ୟବସ୍ଥା ବିନା’ ତୁରନ୍ତ ଦେଶାନ୍ତର କରାଯିବ। ଅବୈଧ ପ୍ରବାସୀ ବିରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୩୩୨ ଭାରତୀୟ ନାଗରିକଙ୍କୁ ଦେଶାନ୍ତର କରାଯାଇଛି। ‘ଅବୈଧ ବିଦେଶୀମାନଙ୍କୁ ବାର୍ତ୍ତା’ ଶୀର୍ଷକ ଏକ ପୋଷ୍ଟରେ, ଗୃହ ସୁରକ୍ଷା ବିଭାଗ (ଡିଏଚ୍‌ଏସ୍‌) ଆତ୍ମ-ନିର୍ବାସନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking