21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶମଧ୍ୟପ୍ରାଚ୍ୟରେ ନିଜ ସର୍ବୋତ୍ତମ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରୁଛି ଆମେରିକା

ମଧ୍ୟପ୍ରାଚ୍ୟରେ ନିଜ ସର୍ବୋତ୍ତମ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରୁଛି ଆମେରିକା

ୱାଶିଂଟନ୍‌: ଗୋଟିଏ ପଟେ ମଧ୍ୟପ୍ରାଚ୍ୟରେ ଏବେ ଘମାସାନ୍ ଯୁଦ୍ଧର ବିଗୁଲ୍ ବାଜିଉଠିଥିବା ବେଳେ ଆମେରିକା ଏଠାରେ ନିଜ ସର୍ବୋତ୍ତମ ତଥା ସର୍ବାଧୁନିକ ସାମରିକ ଅସ୍ତ୍ରକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ରିପୋର୍ଟ ଅନୁସାରେ ଆମେରିକା ଏବେ ନିଜ ରୋବୋଟ୍ କୁକୁରଗୁଡ଼ିକର ପରୀକ୍ଷଣ ମଧ୍ୟପ୍ରାଚ୍ୟ ମାଟିରେ କରୁୂଛି। ଏହି ରୋବୋଟ୍ କୁକୁରଗୁଡ଼ିକ ଏକ ସ୍କ୍ୱାର୍ଡ ଭାବେ କାମ କରିବେ ଏବଂ ଏସବୁକୁ ଏଆଇ ଦ୍ୱାରା ନିୟନ୍ତ୍ରିତ କରାଯିବ। ଏଥିରେ ସାମରିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରାଯାଇଛି। ଯୁଦ୍ଧକ୍ଷେତ୍ରରେ ଏସବୁ ରୋବୋଟିକ୍ କୁକୁରଗୁଡ଼ିକ ଶତ୍ରୁପକ୍ଷର ସେନାଙ୍କ ବିରୋଧରେ ବେଶ୍ ଘାତକ ସାବ୍ୟସ୍ତ ହେବେ। ତେବେ ପ୍ରଶ୍ନ ହେଉଛି ଆମେରିକା କ’ଣ ଏହି ଉପକରଣକୁ ଇସ୍ରାଏଲ ସପକ୍ଷରେ ବିରୋଧୀ ଦେଶ ତଥା ସଂଗଠନ ବିରୋଧୀ ଲଢ଼େଇରେ ନିୟୋଜିତ କରିବ?
ଆମେରିକାର ଜଣେ ବରିଷ୍ଠ ସେନା ମୁଖପାତ୍ର କହିଛନ୍ତି ଯେ, ଡିଭିଆଇଏସ୍ ଅପରେସନ୍ ଅନ୍ତର୍ଗତ ୧୫ଟି କାଉଣ୍ଟର ଡ୍ରୋନ୍ ପ୍ଲାଟଫର୍ମ ସହିତ ପରୀକ୍ଷିତ ଅନେକ “ଅଣ-କାଉଣ୍ଟର-ସୁଆସ୍‌’ ସିଷ୍ଟମ ମଧ୍ୟରୁ ସଶସ୍ତ୍ର ରୋବଟ୍ କୁକୁର ସ୍କ୍ୱାର୍ଡ ଅନ୍ୟତମ। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଦ୍ୱାରା ପରିଚାଳିତ ପ୍ରତିରକ୍ଷା ଭିଜୁଆଲ୍ ସୂଚନା ବିତରଣ ସେବା (ଡିଭିଆଇଏସ୍‌) ହେଉଛି ଏକ ଅପରେସନ୍‌। ଗତ ସେପ୍ଟେମ୍ବରରେ ମଧ୍ୟ ଆମେରିକା ଏସବୁ ରୋବୋଟିକ୍ କୁକୁରଙ୍କ ପରୀକ୍ଷଣ ସାଉଦିଆରବର ରେଡ୍ ସ୍ୟାଣ୍ଡ୍ ଇଣ୍ଟିଗ୍ରେଟେଡ୍ ଏକ୍ସପେରିମେଣ୍ଟେସନ୍ ସେଣ୍ଟରରେ କରିଥିଲା।
୪ ଗୋଡ଼ ବିଶିଷ୍ଟ ଏହି ରୋବୋଟ୍ କ୍ଷୀପ୍ରଗତିରେ ଦୌଡିବା ଠାରୁ ଆରମ୍ଭ କରି ଶତ୍ରୁପକ୍ଷଙ୍କୁ ଟାର୍ଗେଟ୍ କରି ଗୁଳିମାଡ଼ କରିବା ତଥା ଯୁଦ୍ଧକ୍ଷେତ୍ରରେ ଆବଶ୍ୟକ ଅନ୍ୟ ସାମରିକ କଳାକୌଶଳରେ ନିପୁଣ କରାଯାଇଛି। ଏଥିରେ ରାଇଫଲ୍ ଠାରୁ ଆରମ୍ଭ କରି ଅନେକ ସାମରିକ ଉପକରଣକୁ ସଂଯୋଗ କରାଯାଇଛି। ଆମେରିକା ସେନା ଏହି ରୋବଟ୍ କୁକୁରଗୁଡ଼ିକୁ ଏକ ଚାରି ଗୋଡ଼ର ମାନବବିହୀନ ଗ୍ରାଉଣ୍ଡ୍ ଗାଡି (ୟୁଜିଭି)ଭାବେ ବର୍ଣ୍ଣନା କରିଛି। ପ୍ରକାଶ, ପେଣ୍ଟାଗନ୍ ଗତ କିଛି ବର୍ଷ ମଧ୍ୟରେ ରୋବଟ୍ କୁକୁର ଏବଂ ଅନ୍ୟାନ୍ୟ ସ୍ୱୟଂଶାସିତ ଗ୍ରାଉଣ୍ଡ୍ ଯାନଗୁଡ଼ିକୁ ଏହାର ସାମରିକ ଉପକରଣ ଗଠନରେ ଅନ୍ତର୍ଭୁକ୍ତ କରିଆସୁଛି। ଏହା ସହିତ, ପେଣ୍ଟାଗନ୍ ରୋବଟ୍ କୁକୁରମାନଙ୍କ ଉପରେ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ସଂଯୋଗ ପୂର୍ବକ ପରୀକ୍ଷଣ ମଧ୍ୟ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking