18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆମେରିକା ଇଜ ବ୍ୟାକ : ଟ୍ରମ୍ପ

ଆମେରିକା ଇଜ ବ୍ୟାକ : ଟ୍ରମ୍ପ

ୱାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ସଂସଦରେ ବୁଧବାର କଂଗ୍ରେସକୁ ସମ୍ବୋଧିତ କରିଛନ୍ତି । ଟ୍ରମ୍ପ ଭାଷଣରେ କହିଛନ୍ତି ଆମେରିକା ପାଇଁ ସୁବଣ୍ଣ ଯୁଗର ଆରମ୍ଭ ହୋଇଛି। ଡୋନାଲ୍ଡ ଟ୍ରମ୍ପ  କଂଗ୍ରେସର ଏକ ମିଳିତ ଅଧିବେଶନରେ ଅଭିଭାଷଣ ଆରମ୍ଭ କରି ଘୋଷଣା କରିଥିଲେ ଯେ ଆମେରିକା ଫେରି ଆସିଛି। ଆମେରିକା ନିଜ ପୁରୁଣା ଅନ୍ଦାଜକହ ଫେରିଛି । ଆମେରିକାର ସ୍ୱପ୍ନକୁ କେହି ଅଟକାଇ ପାରିବେ ନାହିଁ । ‘ବାଇଡେନ ସବୁଠାରୁ ଖରାପ ରାଷ୍ଟ୍ରପତି’ କହଥିିଲେ ଟ୍ରମ୍ପ । ବାଇଡେନଙ୍କ କାଯ୍ୟକାଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିଥିଲା । ଏଣୁ ବୈଧ ଅନୁପ୍ରବେଶ ଉପରେ ଆମେ ରୋକ ଲଗାଇଛୁ। ଗୋଲ୍ଡ କାର୍ଡଠାରୁ ଗ୍ରୀନ କାର୍ଡରେ ଅଧିକ ସୁବିଧା ମିଳିବ ।  ଯିଏ ଯେତିକି ଶୁଳ୍କ ଲଗାଇବ ତା ଉପରେ ସେତିକି ଶୁଳ୍କ ଲାଗିବ। ଚୀନ , କୋରିଆ ଭାରତ ଅଧିକ ଟାରିଫ ଲଗାଉଥିବା କହଛନ୍ତି ଟ୍ରମ୍ପ । ଆହୁରି କହିଛନ୍ତି ୪୩ ଦିନରେ ଯାହା କରିଛୁ ୪ ବର୍ଷରେ ତାହା ହୋଇନଥିଲା । ଭାରତ ଆମ ଉପରେ ଶତପ୍ରତିଶତ ଟାରିଫ ଲଗାଉଛି । ଏପ୍ରିଲ ୨ରୁ ଟାରିଫ ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking