17.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଆମେରିକା ଭାରତକୁ ଦେଲା ଏକ ବଡ ଝଟକା

ଆମେରିକା ଭାରତକୁ ଦେଲା ଏକ ବଡ ଝଟକା

ୱାଶିଂଟନ୍‌: ଆମେରିକା ରୁଷର ସାମରିକ ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ ସମର୍ଥନ କରୁଥିବା ଅଭିଯୋଗରେ ଭାରତର ୧୫ ଟି କମ୍ପାନୀ ସମେତ ୨୭୫ ଲୋକଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । ଆମେରିକାର ଅର୍ଥ ବିଭାଗ କହିଛି ଚୀନ, ସୁଇଜରଲ୍ୟାଣ୍ଡ ,ଥାଇଲାଣ୍ଡ, ଏବଂ ତୁର୍କୀର କମ୍ପାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗା ଯାଇଛି । ଏହାସହ ରୁଷର ପ୍ରତିରକ୍ଷା ମନ୍ତ୍ରାଳୟର ଅନେକ ବରିଷ୍ଠ ଅଧିକାରୀ ଏବଂ ପ୍ରତିରକ୍ଷା କମ୍ପାନୀ ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହାର କାରଣ କିଛି କମ୍ପାନୀ ଗୁଡିକ ରୁଷିଆକୁ ଉନ୍ନତ ଜ୍ଞାନ କୌଶଳ,ଟେକ୍ନୋଲୋଜି,ଯନ୍ତ୍ରପାତି ଯୋଗାଉଛନ୍ତି । କିନ୍ତୁ ରୁଷ ଏହାକୁ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରୁଛି । ଅର୍ଥ ବିଭାଗ ଏକ ତାଲିକା ପ୍ରକାଶ କରିଛନ୍ତି ଯାହାକି ଭାରତରେ ରହିଥିବା କମ୍ପାନୀର ନାମ ରହିଛି । ସେ ଗୁଡିକ ହେଲା ଅଭୟ ଟେକ୍ନୋଲୋଜି,ସରଭିସେସ ପ୍ରାଇଭେଟ ଲିମିଟେଡ ,ଡାନଭାସ ସରଭିସେସ ଲିମିଟେଡ, ଗାଲାକ୍ସି ବିୟରିଙ୍ଗ ଲିମିଟେଡ୍‌, ଅରବିଟ ଫ୍ରିଣ୍ଟ୍କଡ ଏଲ ଏଲ ପି, ଇନୋଭିଓ ଭେନଚରସ, କେଡିଜି ଅଞ୍ଜିନିୟରିଙ୍ଗ ପ୍ରାଇଭେଟ ଲିମିଟେଡ ,ଖୁସବୋ ହୋନିଙ୍ଗ ପ୍ରାଇଭେଟ ଲିମିଟେଡର ନାମ ସାମିଲ ଅଛି ।

ଏମାନଙ୍କ ବ୍ୟତିତ ଲୋକେଶ ମେସିନ ଲିମିଟେଡ ,ପଏଣ୍ଟର ଇଲେକ୍ଟୋନିସ, ଆର ଜି ଇଞ୍ଜିନିୟରିଂ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ,ସାର୍ପଲାଇନ ଅଟୋମେସନ ପ୍ରାଇଭେଟ ଲିମିଟେଡ , ଶୌର୍ଯ୍ୟ ଏରୋନେଟିକ୍ସ ପ୍ରାଇଭେଟ ଲିମିଟେଡ ,ଶ୍ରୀଜି ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ , ଶ୍ରୋୟା ଲାଇଫ ସାଇନ୍ସ ପ୍ରାଇଭେଟ ଲିମିଟେଡ ,ନିଶିଦ୍ଧ ତାଲିକାରେ ସ୍ଥାନ ପାଇଛନ୍ତି । ଏହା ପୁର୍ବରୁ ଆମେରିକା ବୁଧବାର ୟୁକ୍ରେନ ର ବିରୁଦ୍ଧରେ ରୁଷର ଯୁଦ୍ଧକୁ ପ୍ରୋତ୍ସାହନ ଦେଇଥିବାରୁ ୪୦୦ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ଉପରେ କଟକଣା ଘୋଷଣା କରାଯାଇଥିଲା । ଡେପୁଟି ଟ୍ରେଜେରି କହିଛନ୍ତି ଆମେରିକା ଏବଂ ଆମରି ସହଯୋଗୀ ମାନେ ୟୁକ୍ରେନ ବିରୋଧରେ ଏକ ଯୁଦ୍ଧ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ ଟେକ୍ନୋଲୋଜିର ପ୍ରବାହକୁ ରୋକିବା ପାଇଁ ବିଶ୍ୱରେ କାର୍ଯାନୁଷ୍ଠାନ ଗ୍ରହଣ କରିବେ । ସେ କହିଛନ୍ତି ରୁଷର ଯୁଦ୍ଧଯନ୍ତ୍ରକୁ ସମର୍ଥନ କରିବା ତଥା ଆମର ପ୍ରତିବନ୍ଧକ ତଥା ରପ୍ତାନୀ ନିୟନ୍ତ୍ରଣ ଏଡାଇ ଏହାକୁ ସାହାଯ୍ୟ କରୁଥିବା ଲୋକଙ୍କୁ ଅଟକାଇବା ପାଇଁ ଆମେ ସ୍ଥିର କରିଛୁ । ଆମେରିକା ବିଭାଗ ମଧ୍ୟ ତୃତୀୟ ପକ୍ଷ ଦେଶରେ ପ୍ରତିବନ୍ଧକ ଛାଡ ଏବଂ ଠକେଇକୁ ଟାର୍ଗେଟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking