30.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶହୁତି ଆତଙ୍କୀଙ୍କ ଅସ୍ତ୍ରାଗାର ଧ୍ୱଂସ କଲା ଆମେରିକା

ହୁତି ଆତଙ୍କୀଙ୍କ ଅସ୍ତ୍ରାଗାର ଧ୍ୱଂସ କଲା ଆମେରିକା

ୟେମେନ୍‌: ୟେମେନରେ ଆଡ୍ଡା ଜମାଇଥିବା ହୁତି ଆତଙ୍କୀଙ୍କ ଅସ୍ତ୍ରାଗାରକୁ ଧ୍ୱଂସ କରିଛି ଆମେରିକା। ଏହି ଅସ୍ତ୍ରାଗାର ଭୂପୃଷ୍ଠ ମଧ୍ୟରେ କଂକ୍ରିଟ ବଙ୍କର ଭିତରେ ରହିଥିଲା। ବୋମାମାଡ଼ କରି ଆମେରିକା ସେନା ଏହାକୁ ନଷ୍ଟ କରିଦେଇଛି। ହୁତୀ ଆତଙ୍କୀମାନେ ଏହି ଅସ୍ତ୍ରାଗାର ବଳରେ ରେଡ୍ ସି(ଲୋହିତ ସାଗର) ବାବ ଅଲ-ମାନଦେବ ଉପକୂଳ ଏବଂ ଅଦନ ଉପକୂଳରେ ଅନ୍ତର୍ଜାତୀୟ ଜାହାଜଗୁଡ଼ିକୁ ଟାର୍ଗେଟ କରିବା ସହିତ କ୍ଷେପଣାସ୍ତ୍ର, ରକେଟ ଏବଂ ଡ୍ରୋନ ଜରିଆରେ ଆକ୍ରମଣ କରୁଥିଲେ।

ତେଣୁ ଅସ୍ତ୍ରାଗାର ଧ୍ୱଂସ କରିଦେବା ଫଳରେ ହୁତି ବିଦ୍ରୋହୀ ଅନେକ ମାତ୍ରାରେ ଦୁର୍ବଳ ହୋଇପଡ଼ିବା ଆଶା କରାଯାଉଛି। ଅନ୍ୟପଟେ ଅନେକ ବର୍ଷ ପରେ ଆମେରିକା ପରମାଣୁ ଅସ୍ତ୍ର ବହନ କରୁଥିବା ଷ୍ଟିଲ୍‌ଥ ବମ୍ବର(ନ୍ୟୁକ୍ଲିୟର ଷ୍ଟିଲ୍‌ଥ ବମ୍ବର) ବି-୨ ସ୍ପିରିଟର ବ୍ୟବହାର କରିଛି। ଏହା ଆମେରିକାର ସବୁଠୁ ମହଙ୍ଗା ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅନ୍ୟତମ। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲ ଉପରେ ୪ ପଟୁ ଆକ୍ରମଣ ଚାଲିଛି। ହମାସ, ହିଜବୁଲ୍ଲା, ଇରାନ ଏବଂ ହୁତୀ ମିଳିତ ଭାବେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ଆମେରିକାର ଆକ୍ରମଣ ସମସ୍ତଙ୍କ ଉପରେ ଚାପ ପକାଇବ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking