ଭୁବନେଶ୍ୱର: ଟ୍ରମ୍ପଙ୍କ ଆଡଭାଇଜରୀ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । କହିଛନ୍ତି , ଓଡିଶାକୁ ବୁଲି ଆସୁଥିବା ଆମେରିକୀୟଙ୍କ ସଂଖ୍ୟା ଅତି ନଗଣ୍ୟ । ଭାରତର ଦ୍ରୁତ ବିକାଶକୁ ଆମେରିକା ଥ୍ରେଟ ବୋଲି ଭାବୁଛି । ଓଡିଶା କିମ୍ବା ଅନ୍ୟ ରାଜ୍ୟରେ ଏଭଳି ସ୍ଥିତି ନାହିଁ । ନରେନ୍ଦ୍ର ମୋଦିଙ୍କ ହାତରେ ଦେଶ ସୁରକ୍ଷିତ ଅଛି । ରାଜ୍ୟ ପାଇଁ ମୋହନ ସରକାର ଚିନ୍ତା କରୁଛନ୍ତି ।










