17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶପାକିସ୍ତାନ ଏୟାରବେସ୍‌କୁ କବଜା କଲା ଆମେରିକା!

ପାକିସ୍ତାନ ଏୟାରବେସ୍‌କୁ କବଜା କଲା ଆମେରିକା!

ଇସଲାମବାଦ: ପାକିସ୍ତାନର ପ୍ରଖ୍ୟାତ ସୁରକ୍ଷା ବିଶେଷଜ୍ଞ ଇମ୍ତିଆଜ ଗୁଲଙ୍କ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱରେ ଚହଳ ପକାଇଛି। ଏକ ସାମାଜିକ ଗଣମାଧ୍ୟମ ଭିଡିଓରେ ସେ ଦାବି କରିଛନ୍ତି ଯେ, ରାୱାଲପିଣ୍ଡିରେ ଅବସ୍ଥିତ ପାକିସ୍ତାନ ବାୟୁସେନାର ନୂର ଖାନ ଏୟାରବେସ ବର୍ତ୍ତମାନ ଆମେରିକାର ନିୟନ୍ତ୍ରଣରେ ରହିଛି। ଗୁଲ କହିଛନ୍ତି, “ନୂର ଖାନ ଏୟାରବେସ ଆମେରିକାର ଅଧୀନରେ ଅଛି, ଏବଂ ପାକିସ୍ତାନ ସେନା ଅଧିକାରୀମାନେ ମଧ୍ୟ ଏହାରେ ହସ୍ତକ୍ଷେପ କରିପାରୁନାହାନ୍ତି।” ଏହି ଦାବି ପାକିସ୍ତାନର ସାର୍ବଭୌମତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇ ବିବାଦ ସୃଷ୍ଟ୍ରି କରିଛି।

ନୂର ଖାନ ଏୟାରବେସ ଇସଲାମାବାଦଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ପାକିସ୍ତାନ ବାୟୁସେନାର ଏକ ପ୍ରମୁଖ କେନ୍ଦ୍ର। ଏହା ସି-୧୩୦ ହରକ୍ୟୁଲିସ ଏବଂ ଆଇଏଲ-୭୮ ମିଡ-ଏୟାର ରିଫ୍ୟୁଏଲର ପରି ପରିବହନ ବିମାନ ସ୍କୱାଡ୍ରନର ଆଧାର ସ୍ଥଳ ଭାବେ କାର୍ଯ୍ୟ କରେ। ଏହା ବେନଜୀର ଭୁଟ୍ଟୋ ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନର ମଧ୍ୟ କେନ୍ଦ୍ର। ଗୁଲଙ୍କ ଅନୁସାରେ, ଆମେରିକୀୟ ବିମାନଗୁଡ଼ିକ ଏହି ଏୟାରବେସରେ ନିୟମିତ ଅବତରଣ କରୁଛି, କିନ୍ତୁ ସେଗୁଡ଼ିକ କ’ଣ ବୋହୁଛି, ତାହାର କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଏହି ଗୋପନୀୟତା ପଛରେ କାରଣ କ’ଣ। ଏହି ଅଭିଯୋଗ ପାକିସ୍ତାନରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ବିଦେଶୀ ପ୍ରଭାବ ନେଇ ଆଲୋଚନା ତୀବ୍ର ହୋଇଛି। ଏହି ଏୟାରବେସ ନିକଟରେ ପାକିସ୍ତାନ ସେନାର ମୁଖ୍ୟାଳୟ ଏବଂ ପାରମାଣବିକ ଅସ୍ତ୍ରଶସ୍ତ୍ର ତଦାରଖ କରୁଥିବା ସ୍ଟ୍ରାଟେଜିକ ପ୍ଲାନ୍ସ ଡିଭିଜନ ଅବସ୍ଥିତ, ଯାହା ଏହାର ରଣନୀତିକ ମହତ୍ତ୍ୱକୁ ଆହୁରି ବୃଦ୍ଧି କରେ। ପାକିସ୍ତାନ ସେନା କିମ୍ବା ଆମେରିକା ସରକାରଙ୍କ ତରଫରୁ ଏହି ଦାବି ସମ୍ପର୍କରେ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking