18.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶପୁଣି ଭାରତକୁ ଦୋଷ ଦେଲା ଆମେରିକା

ପୁଣି ଭାରତକୁ ଦୋଷ ଦେଲା ଆମେରିକା

ୱାଶିଂଟନ୍‌: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଉଦ୍ୟମ ସମ୍ପର୍କରେ ଭାରତରେ ତଦନ୍ତ ଚାଲିଛି । ଭାରତକୁ ଏଜେଣ୍ଟ ମାଧ୍ୟମରେ ପନ୍ନୁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଚାଲିଥିବା ଅନୁସନ୍ଧାନକୁ ନେଇ ଭାରତ ଉତ୍ତରଦାୟିତ୍ୱ ଆଶା କରୁଛି ବୋଲି ଆମେରିକା ପୁଣି ଥରେ ଦୋହରାଇଛି । ବୈଦେଶିକ ମନ୍ତ୍ରଣାଳୟର ଉପମୁଖପାତ୍ର ବେଦାନ୍ତ ପଟେଲ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିଲେ । ଏହି ସମୟରେ ପନ୍ନୁଙ୍କ ହତ୍ୟା ମାମଲା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିଲା ।

ଏଥିପାଇଁ ସେ କହିଛନ୍ତି, ଆମେରିକାର ମାଟିରେ ଜଣେ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବାରେ ବିଫଳ ହୋଇଥିବା ଅଭିଯୋଗରେ ଆମେ ଭାରତୀୟ ସରକାରୀ କର୍ମଚାରୀଙ୍କଠାରୁ ଉତ୍ତରଦାୟିତ୍ୱ ଆଶା କରୁଛୁ । ଏଥିସହିତ ଖବର ଆସୁଛି ଯେଳ କାନାଡାର ଗୁରୁପାତୱନ୍ତ ପନ୍ନୁଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି । କାନାଡାରେ ପନ୍ନୁଙ୍କୁ ହତ୍ୟା କରିବାର ଆଉ ଏକ ଉଦ୍ୟମ ହୋଇଛି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ଡେପୁଟି ମୁଖପାତ୍ର ବେଦାନ୍ତ କହିଛନ୍ତି, ମୁଁ ସେହି ପ୍ରସଙ୍ଗରେ ମନ୍ତବ୍ୟ ପାଇଁ ଆପଣଙ୍କୁ କାନାଡା ସରକାରଙ୍କ ନିକଟକୁ ପଠାଇବି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking